ସହିଦ୍ ପ୍ରଦିପ ଘଣାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ସିଆରପିଏଫ ରେ କାର୍ୟ୍ୟରତ ଥିବା ସମୟରେ ସହିଦ ହୋଇଥିବା ସହିଦ୍ ପ୍ରଦିପ ଘଣାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ମୁଦ୍ରାବେଡା ଛକରେ ସହିଦ୍ ପ୍ରଦିପ ଘଣାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଛି ।  କାର୍ୟ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଅନନ୍ତ ନାୟକ , ଶିକ୍ଷାବିତ ଦୀନମଣି ବେହେରା, ଅଖିଳ କୁମାର ପାତ୍ର , ଅମର ସିଂ , ମଧୁସୂଦନ ନାୟକ, ମମତା ସିଂ ପ୍ରମୁଖ ଯୋଗ ଦେଇ ସହିଦ୍ ପ୍ରଦିପ ଘଣାଙ୍କ ତ୍ୟାଗ ଓ ବଳିଦାନ ସ୍ମରଣ କରିଥିଲେ । କାର୍ୟ୍ୟକ୍ରମ ରେ ସହିଦ୍ ଙ୍କ ପିତା ଶ୍ରୀକାନ୍ତ ଘଣା ଓ ମାତା ପାର୍ବତୀ ଘଣା ଉପସ୍ଥିତ ଥିଲେ । ସ୍ମୃତି ସଭା ପୂର୍ବରୁ ଅତିଥି ଗଣ ସହିଦ୍ ପ୍ରଦିପ ଘଣାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମ ରେ ଗ୍ରାମବାସୀ ଓ ଗ୍ରାମର ଯୁବ ସମାଜ ସାମିଲ ଥିବା ବେଳେ ଆଗନ୍ତୁକ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

Comments are closed.