୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ବଡ଼ ବାପା ଗିରଫ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳରେ ପୁଣି ଜଣେ ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଗତ ୨୪ ତାରିଖରେ ଘଟିଥିବା ଏହି ଘଟଣା ସଂକ୍ରାନ୍ତରେ ପୀଡ଼ିତାଙ୍କ ମା’ ଗତ ରବିବାର ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ପୀଡ଼ିତାଙ୍କ ବଡ଼ବାପାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଶିଶୁ କନ୍ୟା ଜଣକ ଘରେ ଏକୁଟିଆ ଥିବା ବେଳେ ବଡ଼ବାପା ଆସି ତାକୁ ବୁଲାଇ ନେବା ପାଇଁ ଡାକି ଘରଠାରୁ କିଛି ଦୂରରେ ଥିବା ଏକ ବାଉଁଶ ବୁଦା ମୂଳକୁ ନେଇ ବଳାତ୍କାର କରିଥିଲେ। ଏ କଥା ଜଣାପଡ଼ିବା ପରେ ପୁଲିସକୁ ନ କହିବା ପାଇଁ ଅଭିଯୁକ୍ତ ଧମକାଇଥିଲେ।

Leave A Reply