ଏକାସହ ଜଳିଲା ୧୨୬ଟି କାର ଟ୍ୟାୟାର ; ଜାଣନ୍ତୁ କ’ଣ କାରଣ?

0

କାନବେରା : ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ଆୟୋଜିତ ସମର ନାଇଟ୍ସ କାର ଫେଷ୍ଟିଭାଲରେ ଏକ ରେକର୍ଡ ସୃଷ୍ଟି ହୋଇଛି। ଏହି ଫେଷ୍ଟିଭାଲରେ ୧୨୬ଟି ଗାଡି ଏକା ସହ ଟାୟାର ଜାଳି ବିଶ୍ୱ ରେକର୍ଡ କରାଯାଇଥିଲା। କାର ଗୁଡିକ ଜଳିବା ସମୟରେ ଗାଡି ଗୁଡିକ ସ୍ଥିର ରହିଥିଲା, କେବଳ ଗାଡିର ଚକ ଗୁଡିକ ଘୁରିଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହେବା ଫଳରେ କିଛି ସମୟ ସେଠାରେ ଥିବା ଦର୍ଶକ ଦେଖିପାରି ନଥିଲେ।
ସୂଚନାଯୋଗ୍ୟ ଯେ, ଏହି ଫେଷ୍ଟିଭାଲରେ ପାଖାପାଖି ୫୦୦୦ ଗାଡି ଭାଗ ନେଇଥିଲେ। ଏହି ଫେଷ୍ଟିଭାଲରେ ରେସିଂ କାର ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ଯାହାର ଆୟୋଜନ ୧୯୮୭ରୁ ହୋଇଆସୁଛି। ଚଳିତ ବର୍ଷ ଜାନୁଆରୀ ୩-୬ ତାରିଖ ମଧ୍ୟରେ ହୋଇଥିଲା। ଏହି ଫେଷ୍ଟିଭାଲରେ ଫୋର୍ଡ ଫାଲକନ, ହୋଲଡେନ କୋମୋଡୋର, ମୁସ୍ତାଙ୍ଗିସ୍‍ ଆଦି କାର ଭାଗ ନେଇଥିଲେ। ସେହିପରି ୨୦୧୩ରେ ୬୯ଟି କାର ଜଳାଯାଇଥିଲା, କିନ୍ତୁ ୨୦୧୭ରେ ସାଉଦି ଆରବ ୧୧୯ କାର ଏହି ରେକର୍ଡ ଭାଙ୍ଗିଥିଲା।

Leave A Reply