ଆତ୍ମହତ୍ୟା କଲେ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ

0

ନ୍ୟୁୟର୍କ: ରିଓ ଅଲିମ୍ପିକ୍‌ସରେ ମହିଳା ସାଇକଲ ଚାଳନାରେ ରୌପ୍ୟ ପଦକ ଜିତିଥିବା ଆମେରିକା ଦଳର ସଦସ୍ୟା କେଲି କାଟଲିନ୍‌ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା। କେଲିଙ୍କ ଆଗରେ ଲମ୍ବା ଭବିଷ୍ୟତ ପଡ଼ିଥିବା ବେଳେ ସେ ଆତ୍ମହତ୍ୟା କରିବା ତାଙ୍କୁ ଚକିତ କରିଛି ବୋଲି ମତ ଦେଇଛନ୍ତି ତାଙ୍କ ବାପା ମାର୍କ। କେଲିଙ୍କ ପରଲୋକରେ ଆମେରିକା ସାଇକଲିଂ ଆସୋସିଏସନ୍‌ ତରଫରୁ ଦୁଃଖପ୍ରକାଶ କରାଯିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ଅଲିମ୍ପିକ୍‌ରେ ରୌପ୍ୟ ପଦକ ଜିିତିବା ବ୍ୟତୀତ କେଲି ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ବିଶ୍ବ ଚମ୍ପିଆନ୍‌ ଆମେରିକା ମହିଳା ସାଇକଲିଂ ଦଳର ସଦସ୍ୟା ଥିଲେ। ସାଇକଲିଂରେ କ୍ୟାରିୟର ଗଢ଼ିବା ସହ ସେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିଲେ।

Leave A Reply