ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଇମେଲ୍‌

0
206

ନୂଆଦିଲ୍ଲୀ ..—ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ   ଏକ ଧମକପୂର୍ଣ୍ଣ  ଇମେଲ୍‌ ଆସିଛି । ଏହି ମେଲ୍‌ରେ କେଜ୍ରିଓ୍ୱାଲଙ୍କ ଝିଅଙ୍କୁ ଅପହରଣ କରି ନେବା ପାଇଁ ଧମକ ଦିଆଯାଇଛି ।  ଆମେ ତମ ଝିଅକୁ ଅପହରଣ କରି ନେବୁ , ତାକୁ ସୁରକ୍ଷା ଦେବା ପାଇଁ କଅଣ କରିପାରିବ କର ବୋଲି ଏଥିରେ ଧମକ ଦିଆଯାଇଛି ।

ଜଣେ ଅଜଣାବ୍ୟକ୍ତିଙ୍କ ମେଲ୍‌ ଖାତାରୁ ଏହି ଇ-ମେଲ୍‌ ଆସିଛି ।  ୨୦୧୭ ମସିହାରେ କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ ମେଲ୍‌ ଆସିଥିଲା । ଏହି ଅଭିଯୋଗ ପାଇବା ପରେ ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରୁଛି ।