କଂଗ୍ରେସ ସହ ମେଣ୍ଟ ପାଇଁ କେଜ୍ରିୱାଲ ବ୍ୟଗ୍ର ; କହିଲେ ମେଣ୍ଟ ହେଲେ ବିଜେପି ସବୁ ଆସନରେ ହାରିବ

0

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନରେ ଦିଲ୍ଲୀରେ ବିଜେପିକୁ ମାତ୍‌ ଦେବା ଲାଗି ଆମ ଆଦମୀ ପାର୍ଟି(ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବେଶ୍‌ ଉତ୍ସାହିତ  ତଥା ବ୍ୟଗ୍ର ହୋଇପଡ଼ିଛନ୍ତି । ଏ ନେଇ ସେ ମେଣ୍ଟ କରିବା ଲାଗି କଂଗେସକୁ ବାରମ୍ବାର ପ୍ରସ୍ତାବ ଦେଇ ଥକି ଗଲେଣି। କିନ୍ତୁ କଂଗ୍ରେସ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ବୁଧବାର ଦିଲ୍ଲୀର ଚାନ୍ଦିନୀଚୌକରେ ଏକ ସଭାରେ ଯୋଗଦେବା ଅବସରରେ କେଜ୍ରିୱାଲ ଏହି କଥା କହିଛନ୍ତି।

କେଜ୍ରିୱାଲ କହିଥିଲେ ଯେ, ଦିଲ୍ଲୀରେ ବିଜେପିର ପ୍ରତ୍ୟେକ ପ୍ରାର୍ଥୀଙ୍କ ବିରୋଧରେ ଜଣେ ବିରାଧୀ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବା ଉଚିତ। ବିଜେପି ବିରୋଧରେ ନିର୍ବାଚନକୁ ଓହ୍ଲାଉଥିବା ଦଳଗୁଡ଼ିକ ମଧ୍ୟରେ ଭୋଟ ବିଭାଜନ ହେବା ଉଚିତ ନୁହେଁ। ଯଦି କଂଗ୍ରେସ ସହ ଆପର ମେଣ୍ଟ ହୋଇଯାଏ, ତେବେ ଦିଲ୍ଲୀରେ ବିଜେପି ୭ଟି ଯାକ ଆଶନରେ ପରାଜୟ ବରଣ କରିବ। ମେଣ୍ଟ ଗଠନ ପାଇଁ କଂଗ୍ରେସକୁ ବୁଝାଇବାକୁ ଉଦ୍ୟମ ଚାଲିଛି। ବୁଝାଇ ବୁଝାଇ ଥକି ଯାଇଥିଲେ ମଧ୍ୟ କଂଗ୍ରେସ ବୁଝିବାକୁ ଇଚ୍ଛା କରୁନାହିଁ। ଦିଲ୍ଲୀରେ କଂଗ୍ରେସର ଉଦ୍ଦେଶ୍ୟ କ’ଣ ରହିଛି ତାହା ବୁଝି ହେଉନାହିଁ। ଉତ୍ତରପ୍ରଦେଶରେ କଂଗ୍ରେସ ସମାଜବାଦୀ ପାର୍ଟି ଏବଂ ବିଏସ୍‌ପିକୁ ଅଲଗା କରିଦେଇଛି। ବିଜେପି ବିରୋଧରେ ମେଣ୍ଟ ହେବା ଜରୁରୀ। କିନ୍ତୁ କଂଗ୍ରେସ ଅନ୍ୟ ଦଳଗୁଡ଼ିକୁ ଦୁର୍ବଳ କରୁଛି। ସେଥିପାଇଁ ଦିଲ୍ଲୀରେ ଆପ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି।

Leave A Reply