ନୂତନ ମନ୍ଦିରକୁ ଆସିଲେ ପଞ୍ଚୁବରାହୀ

0

କେନ୍ଦ୍ରାପଡ଼ା : ବଙ୍ଗୋପସାଗରରେ ୮୦ଭାଗ ଲୀନ ହୋଇଥିବା ସାତଭାୟା ଗ୍ରାମର ଆରାଧ୍ୟ ଦେବୀ ପଞ୍ଚୁବରାହୀ ପାଞ୍ଚଟି ପିକ୍ଅପ ଭ୍ୟାନ୍ ରେ (ପାଞ୍ଚ ଭଉଣୀ) ଆଜି ସକାଳୁ ବଗପାଟିଆସ୍ଥିତ ନୂତନ ମନ୍ଦିରକୁ ଶୋଭାଯାତ୍ରାରେ ଆସୁଛନ୍ତି । ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଛନ୍ତି । ପାଞ୍ଚଭଉଣୀ ରାତି୧୨ଟା ସୁଧ୍ୟା ମନ୍ଦିରରେ ପ୍ରବେଶ କରିବେ । ଜିଲ୍ଲାପାଳ ଏବଂ ଏସପି ବଗପାଟିଆରେ ଉପସ୍ଥିତ ଅଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସାତଭାୟା ଠାରୁ ବଗପାଟିଆ ପର୍ଯ୍ୟନ୍ତ ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି। ସାତଭାୟା ଗ୍ରାମବାସୀମାନେ ଦୁଇମାସ ହେବ ସାତଭାୟା ଛାତି ବଗପାଟିଆର ନୂତନ ବସତିକୁ ଆସିଯାଇଛନ୍ତି ।

Leave A Reply