‘କସୌଟି ଜିନ୍ଦଗୀ କି-୨’ହିନା ଖାନ୍‍ ଆଉ ଏଥିରେ ଦେଖିବାକୁ ମିଳିବେ ନାହିଁ

0

‘କସୌଟି ଜିନ୍ଦଗୀ କି-୨’ ଟିଆର୍‍ପି ଦୌଡରେ ଆଗୁଆ ଥିବା ବେଳେ କୋମଲିକା ଚରିତ୍ରରେ ଆସୁଥିବା ହିନା ଖାନ୍‍ ଆଉ ଏଥିରେ ଦେଖିବାକୁ ମିଳିବେ ନାହିଁ। ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଥିବାରୁ ହିନା ବାହାରୁଛନ୍ତି ବୋଲି କୁହାଯାଉଥିବା ବେଳେ ଅସଲ କାରଣ ସମ୍ପର୍କରେ ଭିନ୍ନ ତଥ୍ୟ ଶୁଣିବାକୁ ମିଳେ। ହିନାଙ୍କ ରୁକ୍ଷ ବ୍ୟବହାରରେ ସେଟ୍‍ର ସମସ୍ତେ ଭାରି ବିବ୍ରତ ହୋଇପଡୁଥିଲେ। ଏପରିକି ସେ ନିଜ ସହ ଅଭିନେତା ପାର୍ଥ ଏବଂ ଏରିକାଙ୍କୁ ମଧ୍ୟ ଭଲ ବ୍ୟବହାର ଦେଖାଉନଥିଲେ। ପ୍ରତ୍ୟେକ କଥାରେ ଖୁଣ ବାହାର କରି ମନ୍ତବ୍ୟ ଦେବା ଏବଂ ସମସ୍ତଙ୍କୁ ହଇରାଣ କରିବା ତାଙ୍କର ଅଭ୍ୟାସ ହୋଇଯାଇଥିଲା। ତେଣୁ ନିର୍ମାତା ତାଙ୍କୁ ଶୋ’ରୁ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ତାଙ୍କ ସ୍ଥାନରେ ଅଲିଶା ପନୱାର (ଇସ୍କ ମେଁ ମରଜାୱାଁ) ଅଭିନୟ କରିବେ ବୋଲି ଜଣାଯାଇଛି। ହିନାଙ୍କୁ ଶୋ’ରୁ ବାହାର କରିବା ଲାଗି ଖୁବ୍‍ ସୁନ୍ଦର ଦୃଶ୍ୟ ପ୍ରସ୍ତୁତ କରାଯାଇଛି। କୋମାରେ ଥିବା ଅନୁରାଗଙ୍କ ପିତା ମଳୟ ବାସୁଙ୍କ ଚେତା ଫେରିଆସୁଛି। ସେ ସମସ୍ତଙ୍କୁ କୋମଲିକାଙ୍କ ସତ୍ୟତା ଏବଂ ଅନୁରାଗଙ୍କ ସମସ୍ୟା ଜଣାଇବା ପରେ ତାଙ୍କ ସମ୍ପତ୍ତିର ମାଲିକାନା ତାଙ୍କ ପାଖକୁ ଫେରିଆସୁଛି ଏବଂ କୋମଲିକାଙ୍କୁ ବାସୁ ପରିବାରରୁ ତୁରନ୍ତ ବିଦା କରିଦିଆଯାଉଛି। ‘ୟେ ରିସ୍ତା କ୍ୟା କହଲାତା ହେ’ରୁ ହିନା ଦର୍ଶକଙ୍କଠାରୁ ବେଶ୍‍ ପ୍ରଶଂସା ପାଇପାରିଥିଲେ। ଏବେ ‘କସୌଟି..’ ଛାଡିବା ପରେ ତାଙ୍କର ପ୍ରଶଂସକ ସଂଖ୍ୟା କିପରି ରହୁଛି ଦେଖିବାକୁ ଅପେକ୍ଷା। ପୂର୍ବରୁ ମାର୍ଚ୍ଚ ମାସରେ ହିନା ଶୋ’ ଛାଡିବେ କୁହାଯାଉଥିବା ବେଳେ ଏବେ ସେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅଭିନୟ କରିବେ ବୋଲି ଶୁଣାଯାଉଛି।

Leave A Reply