୩୫ବର୍ଷରେ ପାଦ ଥାପିଲେ କ୍ୟାଟ୍ରିନା

0

ମୁମ୍ବଇ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ୩୫ ବର୍ଷ ବୟସରେ ପଦାର୍ପଣ କଲେ। ୧୯୮୩ ଜୁଲାଇ ୧୬ ତାରିଖରେ କ୍ୟାଟ୍ରିନା ହଂକଙ୍ଗରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ ମସିହାରେ ବୁମ ଚଳଚ୍ଚିତ୍ର ମାଧ୍ୟମରେ ନିଜର ବଲିଉଡ ଜୀବନ ଆରମ୍ଭ କରିଥିଲେ। କିନ୍ତୁ କ୍ୟଟ୍ରିନାଙ୍କ ପ୍ରଥମ ଚଳଚ୍ଚିତ୍ର ନିରାଶ ଜନକ ସାବ୍ୟସ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ନମସ୍ତେ ଲଣ୍ଡନ, ମେନେ ପ୍ୟାର କିୟୁଁ କିଆ ଆଦି ଚଳଚ୍ଚିତ୍ର ବଲିଉଡରେ କ୍ୟଟ୍ରିନାଙ୍କୁ ଏକ ସଫଳ ଅଭିନେତ୍ରୀର ମାନ୍ୟତା ପ୍ରଦାନ କରିଛି। ଅଭିନେତା ସଲମନଙ୍କ ସହ କ୍ୟାଟ୍ରିନାଙ୍କ ବନ୍ଧୁତ୍ୱ ସବୁବେଳେ ଗଣମାଧ୍ୟମର ଚର୍ଚ୍ଚାରେ ରହିଆସିଛି।
ଅଭିନେତ୍ରୀ କ୍ୟାଟ୍ରିନା ନିଜର ୩୫ତମ ଜନ୍ମ ଦିବସ ଲଣ୍ଡନରେ ପାଳନ କରିଛନ୍ତି। ମୁଁ ମୋ ଜନ୍ମ ଦିନକୁ ବହୁତ ଧୁମ ଧାମରେ ପାଳନ କରିବାକୁ ଇଚ୍ଛା କରେନି ବୋଲି କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି।

Leave A Reply