ପଣସ କଠା ଚିଲି

0

ଆବଶ୍ୟକୀୟ ସାମଗ୍ରୀ: ପଣସ କଠା, ପିଆଜ, କ୍ୟାପ୍ସିକମ୍, ଦେଢ ଚାମଚ କର୍ଣ୍ଣଫ୍ଲୋର, ୨ ଚାମଚ ମଇଦା, ଅଦା-ରସୁଣ ପେଷ୍ଟ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ୨ଟା କଟା କଞ୍ଚା ଲଙ୍କା, ତେଲ, ୪ ଚାମଚ ଟମାଟ ସସ୍, କଟା ଧନିଆ, ଗୋଲମରିଚ ଗୁଣ୍ଡ, ସ୍ବାଦ ଅନୁଯାୟୀ ଲୁଣ ଓ ଅଳ୍ପ ପାଣି ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଠା ପଣସରୁ ଚୋପା ଛଢାଇ ଅଳ୍ପ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ । ସିଝା ପଣସ କଠାକୁ ଏକ ପାତ୍ରକୁ କାଢି ଆଣି ସେଥିରେ ମଇଦା, କର୍ଣ୍ଣଫ୍ଲେର, ଅଳ୍ପ ଅଦା-ରସୁଣ ପେଷ୍ଟ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଳ୍ପ ଲୁଣ, ଏକ ଚାମଚ ତେଲ ଓ ଅଳ୍ପ ପାଣି ଦେଇ ଭଲଭାବରେ ଗୋଳାଇ ଦିଅନ୍ତୁ ।

ଏବେ କଡେଇରେ ତେଲ ଗରମ କରି ପଣସ କଠାକୁ ପକଡା ପରି ଛାଣି ରଖନ୍ତୁ । ସବୁ ପଣସ ଛଣା ହୋଇଗଲେ ଗ୍ୟାସରେ ଅନ୍ୟ ଏକ ପ୍ୟାନ ବସାଇ ୨ ଚାମଚ ତେଲ ନିଅନ୍ତୁ । ପରେ ସେଥିରେ ଅଦା-ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, କଟା ପିଆଜ ଓ କ୍ୟାପ୍ସିକମ୍ ପକାଇ ଭାଜନ୍ତୁ । ଅଳ୍ପ ଭାଜି ହୋଇଗଲେ ସେଥିରେ ସସ୍ ପକାଇ ଗୋଳାଇ ଦିଅନ୍ତୁ । ଏବେ ସେଥିରେ ଛଣା ପଣସ କଠାକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଉପର ଟିକେ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଲି ପଣସ କଠା । ପ୍ଲଟକୁ କାଢି ଆଣି ଧନିଆ ପତ୍ର ଦେଇ ସଜାଇ ଦିଆନ୍ତୁ ।

Leave A Reply