କାଠୁଆ ବଳାତ୍କାର ମାମଲା: ୭ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଦୋଷୀ ସାବ୍ୟସ୍ତ ଜଣେ ନିର୍ଦୋଷ

ପଠାନକୋଟ . – କାଠୁଆରେ ଜଣେ ଶିଶୁକୁ ବଳାତ୍କାର କରିବା ପରେ ନିର୍ମମ ଭାବେ ହତ୍ୟା କରିବା ମାମଲାରେ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିରେ ମୁଖ୍ୟ ଆରୋପି ସାଝିରାମ ବି ସାମିଲ ଅଛି । ସୋମବାରରେ ସମସ୍ତ ସାବାଳକ ଅଭିଯୁକ୍ତଙ୍କୁ ପଠାନକୋଟରେ ଥିବା ସ୍ୱତନ୍ତ୍ର ଅଦାଲତରେ ହାଜରକରାଯାଇଥିଲା । ଏହି ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ସଜ୍ଜା ହୋଇପାରେ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିଲା । ନାବାଳକ ଅଭିଯୁକ୍ତ ପ୍ରସଙ୍ଗରେ ଜମ୍ମୁ-କଶ୍ମୀର ଉଚ୍ଚ ନ୍ୟାୟାଳୟ ଶୁଣାଣୀ କରିବେ ।

ଏହି ମାମଲା ପରେ ସାରା ଦେଶରେ ଆକ୍ରୋଶ ଦେଖା ଦେଇଥିଲା । ସମସ୍ତ ବର୍ଗର ଲୋକ ଏହାକୁ ବିରୋଧ କରିଥିଲେ । ଶିଶୁ ଅପହରଣ ପରେ ଏକ ସ୍ଥାନରେ ରଖାଯାଇ ଗଣବଳାତ୍କାର କରାଯାଇଥିଲା । ୪ ଦିନ ପର୍ଯ୍ୟନ୍ତ ବେହୋସ ରଖିଥିଲେ । ପରେ ତାକୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଗ୍ରାମ ପ୍ରଧାନ ସହ ୮ ଜଣ ଲୋକଙ୍କ ବିରୁଧରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ବିଜେପିର ଦୁଇଜଣ ମନ୍ତ୍ରୀଙ୍କୁ ଜାମ୍ମୁ-କାଶ୍ମୀର ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରାଯାଇଥିଲା । ସେମାନେ ଦୋଷୀମାନଙ୍କ ସମର୍ଥନରେ ବାହାରିଥିବା ରାଲିରେ ଅଂଶଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲାକୁ ସୁପ୍ରିମକୋର୍ଟ ପଠାନକୋଟକୁ ସ୍ଥାନାନ୍ତର କରିଥିଲେ ।

ଅଭିଯୁକ୍ତମାନଙ୍କୁ ଗୁରୁଦାସପୁର ଜେଲକୁ ସ୍ଥାନାନ୍ତର କରାଯ।ଇଥିଲା ।ଶୁଣାଣୀ ସମୟରେ ଏମାନଙ୍କୁ କଡା ସୁରକ୍ଷା ମଧ୍ୟରେ ପଠାନକୋର୍ଟ ଅଦାଲତକୁ ଆଣାଯାଇଥିଲା ।

ଭାରତୀୟ ପିଙ୍ଗଳ ଧାରା୧୨୦ ଖ (ଅପରାଧିକ ଷଡଯନ୍ତ୍ର), ୩୦୨ ହତ୍ୟା ଓ ୩୦୭ ଘ (ଗଣ ବଳାତ୍କାର)ଅଭିଯୋଗରେ ସାଝିରାମ, ଦୀପକ ଖଜୁରିଆ ଓ ପ୍ରବେଶଙ୍କ ବିରୁଦ୍ଧରେ ଦୋଷ ପ୍ରମାଣିତ ହୋଇଛି । ସେହିପରି ଆନ୍ଦ ଦତ୍ତା, ତିଳକ ରାଜ ଓ ସିରେନ୍ଦ୍ର ବର୍ମାଙ୍କ ନାମରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷ ପ୍ରମାଣିତ ହୋଇଛି । ଜଣେ ଅଭିଯୁକ୍ତ ବିଶାଲ ଜାନଗୋତ୍ରା ଅପରାଧ ସମୟରେ ଅନ୍ୟ ରାଜ୍ୟରେ ଥିବା ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିଥିଲା । ଏଥିଯୋଗୁଁ ତାଙ୍କୁ ଦୋଷ ମୁକ୍ତ କରାଯାଇଥିବା ସୂଚନା ମିଳିଛି ।

Comments are closed.