କଟକ ବାଲିଯାତ୍ରାର ଶେଷ ଦିନ, ଭିଡ ପ୍ରବଳ

- ଗାଡି ପାର୍କିଙ୍ଗ ଓ ଭିଡ ଅପଡେଟ -

କଟକ: କଟକ ଐତିହାସିକ ବାଲିଯାତ୍ରାର ଆଜି ଶେଷ ଦିନ ହୋଇଥିବାରୁ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି। କଟକ, ଭୁବନେଶ୍ୱର, ଆଠଗଡ଼, ଜଗତସିଂପୁର, ଜଗତପୁର ଏବଂ ଆଖପାଖ ଅଂଚଳରୁ ଲୋକମାନଙ୍କ ସୁଅ ଛୁଟୁଛି। ବାଲିଯାତ୍ରା ପଡିଆକୁ ଯାଇଥିବା ସମସ୍ତ ରାସ୍ତା ଏବେ ଜାମ ରହିଛି। ପୁଲିସ ଏବଂ ଟ୍ରାଫିକ ପୁଲିସ ବିଭିନ୍ନ ସ୍ଥାନରେ ରହି ଭିଡ ନିୟନ୍ତ୍ରଣ କରୁଛନ୍ତି। କମିସନରେଟ ପୁଲିସ ପ୍ରତି ଘଂଟାରେ ଟ୍ୱିଟ କରି ଭିଡ ପରିସ୍ଥିତି ଏବଂ ବିଭିନ୍ନ ଗାଡି ପାର୍କିଙ୍ଗ ସ୍ଥଳରେ କଣ ରହିଛି ପରିସ୍ଥିତି, ସେ ବିଷୟରେ ସୂଚନା ଦେଉଛି।

ସନ୍ଧ୍ୟା ୬ଟା ଅପଡେଟ
ଦୁଇ ଚକିଆ ଯାନ – ମୁଣ୍ଡା ସାହି ମୁଖ୍ୟ ପାର୍କିଙ୍ଗ, ମୁଣ୍ଡା ସାହି ପଶ୍ଚିମ ପଟ ପାର୍କିଙ୍ଗ, ମୁଣ୍ଡା ସାହି ଉତ୍ତର ପଟ ପାର୍କିଙ୍ଗ, କାର୍ତ୍ତିକେଶ୍ୱର ଗଡା ପୂର୍ବ ଏବଂ ପଶ୍ଚିମ ପଟ, ଦୟାଶ୍ରାମ ସାମ୍ନା, ଭୂଆସୁଣୀ ପଡିଆ, ଗୋରା କବର ପଡିଆ, କେମ୍ବ୍ବ୍ରିଜ ସ୍କୁଲ ପଡିଆ, ସେଣ୍ଟ ଜୋସେଫ ସ୍କୁଲ ପଡିଆ, ଏବଂ ବକଲି ବାଳିକା ବିଦ୍ୟାଳୟ ପଡିଆରେ ଦୁଇ ଚକିଆ ଯାନ ରଖି ପାରିବେ।

ଚାରି ଚକିଆ ଯାନ – ମୁଣ୍ଡା ସାହି ମୁଖ୍ୟ ପାର୍କିଙ୍ଗ, ମୁଣ୍ଡା ସାହି ପଶ୍ଚିମ ପଟ ପାର୍କିଙ୍ଗ, ମୁଣ୍ଡା ସାହି ଉତ୍ତର ପଟ ପାର୍କିଙ୍ଗ, ଭୂଆସୁଣୀ ପଡିଆ, ହାଡ଼ିଆ ପଠା, ବୋଷ ପଡିଆ ଓ ଭୂଆସୁଣୀ ପଡିଆ ବାମ ପାର୍ଶ୍ୱରେ ଦୁଇ ଚକିଆ ଯାନ ରଖିପାରିବେ। ଖ୍ରୀଷ୍ଟିଆନ ପଡିଆରେ ଚାରିଚକିଆ ଯାନ ରଖିହେବ ନାହିଁ।

ରାସ୍ତା
ଜୋବ୍ରାରୁ ମାତା ମଠ, ମାତା ମଠରୁ ବାଲିଯାତ୍ରା ପଡିଆ, ଗୋରା କବରରୁ କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ, ଚହଟା ଘାଟରୁ କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ, ସତୀ ଚଉରାରୁ ଚହଟା ଘାଟ, ବେଲ ଭ୍ୟୁ ଛକରୁ ଚହଟା ଘାଟ, ଭୂଆସୁଣୀରୁ ଚହଟା ଘାଟ, ବକ୍ସି ବଜାର ସମାଜ ଅଫିସରୁ ଏନସିସି ଅଫିସ ଏବଂ ଚଣ୍ଡୀମନ୍ଦିର ଛକରେ ଭିଡ ନିୟନ୍ତ୍ରଣରେ ଅଛି। ଏହି ସବୁ ରାସ୍ତା ଦେଇ ବାଲିଯାତ୍ରା ପଡିଆକୁ ଯାଇହେବ।

ସତର୍କତା
– ମୋବାଇଲ, ଅଳଙ୍କାର ଓ ପର୍ସ ଧ୍ୟାନରେ ରଖନ୍ତୁ
– ଧାଡିରେ ଯିବା ଆସିବା କରନ୍ତୁ
– ଛୋଟ ପିଲାଙ୍କ ହାତ ଧରି ନିଅନ୍ତୁ ଓ ସେମାନଙ୍କୁ ଆପଣଙ୍କ ଆଗରେ ଯିବାକୁ ଦିଅନ୍ତୁ
– ବୟସ୍କ ବ୍ୟକ୍ତିମାନଙ୍କୁ ସହଜରେ ଯିବା ପାଇଁ ସାହାଯ୍ୟ କରନ୍ତୁ
– ଦରକାର ପଡିଲେ ସେଠାରେ ଥିବା ପୁଲିସ, ସ୍ବେଚ୍ଛାସେବୀଙ୍କ ସାହାଯ୍ୟ ନିଅନ୍ତୁ
– ମୁହଁରେ କପଡା ବାନ୍ଧି ଯାଆନ୍ତୁ
– ଅଣନିଶ୍ୱାସୀ ଲାଗିଲେ ତୁରନ୍ତ ବାଲିଯାତ୍ରା ପଡିଆ ପଛ କିମ୍ୱା ମୁକ୍ତ ସ୍ଥାନକୁ ଚାଲି ଯାଆନ୍ତୁ

Comments are closed.