କାଶୀପୁରରେ ଉପ ନିର୍ବାଚନ ପାଇଁ ଚାଲିଛି ମତଦାନ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶୀ ସରପଞ୍ଚ ଓ ଡଙ୍ଗାସିଲର ୩ ନମ୍ବର ଓ୍ବାର୍ଡ ମେମ୍ବର ଉପ ନିର୍ବାଚନ ପାଇଁ ବୁଧବାର ମତଦାନ ଚାଲିଛି। ଏଥିପାଇଁ ୧୨ଟି ବୁଥ୍‍ ଖୋଲାଯାଇଛି। ଶାନ୍ତି ଶୃଙ୍ଖଳା ଭାବେ ମତଦାନ ଚାଲିଛି। ମାଣ୍ଡିବିଶୀ ପଞ୍ଚାୟତର ନଳାଚୁଆଁ ବୁଥରେ ଥିବା ଭଣ୍ଡାପାଇ ଗ୍ରାମର ଭୋଟର ମାନେ ମତଦାନ କରିବା ପାଇଁ ମନା କରିଥିଲେ। ସେହି ଗ୍ରାମକୁ ତହସିଲଦାର ସୌଭାଗ୍ୟ ବେହେରା, ଆଇଆଇସି ଦୁର୍ଗା ମାଧବ ପ୍ରଧାନ, ଏବିଡିଓ ବଳରାମ ପାତ୍ର ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହିତ ମତଦାନ କରିବାକୁ ବୁଝାଇଥିଲେ। ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମତଦାନ ଅନୁଷ୍ଠିତ ହେବ। ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟରେ ଭୋଟଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ବର୍ତ୍ତମାନ ସୁଧା ମତଦାନ ଶାନ୍ତୀ ଶୃଙ୍ଖଳା ସହ ଚାଲିଥିବା କାଶୀପୁର ବିଡିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.