କାଶ୍ମୀରରେ ରେଳ ସେବା ଆରମ୍ଭ

ଶ୍ରୀନଗର : ଦୀର୍ଘ ତିନିମାସ ପରେ ରବିବାର କାଶ୍ମୀରରେ ରେଳ ସେବା ଆରମ୍ଭ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ସୁରକ୍ଷା କାରଣରୁ କାଶ୍ମୀରରେ ରେଳସେବା ବନ୍ଦ କରାଯାଇଥଇଲା। ସ୍ଥିତି ସ୍ବାଭାବିକ ହେବା ପରେ ରବିବାର ଶ୍ରୀନଗରରୁ ବନିହାଲ ମଧ୍ୟରେ ପ୍ରଥମ ରେଳସେବା ଆରମ୍ଭ କରିଛି। ଏହି ଟ୍ରେନ ଶ୍ରୀନଗର ସହିତ ଦକ୍ଷିଣ କାଶ୍ମୀରର ବିଭିନ୍ନ ଷ୍ଟେସନ ଦେଇ ଗତି କରିଥିବାବେଳେ କୌଣସି ପ୍ରକାର ଅଘଟଣ ଘଟି ନାହିଁ। ସୋମବାରଠାରୁ ଏହି ଟ୍ରେନ ଦୈନିକ ଯିବା ଆସିବା କରିବ।

Comments are closed.