ମୋବାଇଲ ବ୍ୟାଟେରୀ ଫାଟି ୮ବର୍ଷ ବାଳଳ ଗୁରୁତର

0

କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଳଝୀରି ପଞ୍ଚାୟତ ଅନ୍ତର୍ଗତ ମହାଜାଲ ଗ୍ରାମର ହୁନାମୁଲ ମାଝୀଙ୍କ ୮ବର୍ଷର ପୁଅ ସୁନାସିଂ ମାଝୀ ମୋବାଇଲ ବ୍ୟାଟେରୀ ଫାଟି ଗୁରୁତ୍ବର ହୋଇଛନ୍ତି। ପରିବାର ଲୋକେ ଆହାତଙ୍କୁ ପ୍ରଥମେ ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିବାପରେ ତାଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ମିଳିଥିବା ସୂଚନା ଅନୁଯାଇ ସୁନାସିଂ ମାଝୀ ସାଙ୍ଗସାଥିଙ୍କ ସହିତ ଖେଳୁଥିବା ସମୟରେ ମୋବିଇଲ ବ୍ୟାଟେରୀକୁ ପଥର ସାହାର୍ୟ୍ୟରେ ଛେଚୁଥିବା ସମୟରେ ଏହା ଫାଟି ଯାଇଥିଲା।ଫଳରେ ସେ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି।

Leave A Reply