କର୍ତ୍ତାରପୁର କରିଡର ଉଦଘାଟନର ଦିନକ ପୂର୍ବରୁ ସାମ୍ନାକୁ ଆସିଲା ପାକିସ୍ତାନର କାପୁରୁଷପଣିଆ

ଇସଲାମାବାଦ: ଐତିହାସିକ କର୍ତ୍ତାରପୁର କରିଡରର ଉଦଘାଟନ ହେବାକୁ ଆଉମାତ୍ର କିଛି ଘଣ୍ଟାର ଅପେକ୍ଷା ରହିଛି। ଏହାପୂର୍ବରୁ ପାକିସ୍ତାନ ତାର କାପୁରୁଷତାରେ ପରିଚୟ ଦେଇଛି। ଭାରତ ବିରୋଧରେ ସବୁ ପ୍ରଚେଷ୍ଟାରେ ବିଶ୍ବ ସମୁଦାୟ ପାଖରେ ବିଫଳ ପାକିସ୍ତାନ କର୍ତ୍ତାରପୁର ସାହିବ ଗୁରୁଦ୍ବାର ପରିସରରେ ଭାରତ ବିରୋଧୀ ଏକ ବୋର୍ଡ ଲଗାଇଛି। ଯେଉଁ ବୋର୍ଡରେ ଲେଖାଯାଇଛି ୧୯୭୧ ମସିହାରେ ଭାରତୀୟ ବାୟୁସେନା କର୍ତ୍ତାରପୁର ସାହିବ ପରିସରରେ ଏକ ବମ୍ ପକାଇଥିଲା। କିନ୍ତୁ ଗୁରୁଜିଙ୍କ କୃପାରୁ କିଛି କ୍ଷୟକ୍ଷତି ହୋଇନଥିଲା। ଭାରତୀୟ ବାୟୁସେନାର ବମ୍ ଶ୍ରୀ ଖୁଃ ସାହିବଙ୍କ ପବିତ୍ର କୁଅରେ ପଡିଥିଲା। ଏହା ହେଉଛି ସେହି କୁଅ ଯେଉଁ କୁଅରୁ ଗୁରୁ ନାନକ ଦେବ ପାଣିନେଇ ତାଙ୍କ କ୍ଷେତ୍ରରେ ଛିଞ୍ଚନ କରୁଥିଲେ। ଏହି ବୋର୍ଡ ନିକଟରେ ପାକିସ୍ତାନ ପକ୍ଷରୁ ଏକ ବମ୍ ମଧ୍ୟ ପଦର୍ଶନ ପାଇଁ ରଖାଯାଇଛି। କାଚର ଏକ କୋଠରି ମଧ୍ୟରେ ଏହି ବମ୍ ରଖାଯାଇଛି। ଏହି ବମ୍ ଟି ଭାରତୀୟ ବାୟୁସେନା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କର୍ତ୍ତାରପୁର ଗୁରୁଦ୍ବାରରେ ପକାଇଥିବା ପାକିସ୍ତାନ ଦାବି କରୁଛି। ପଦର୍ଶିତ ଏହି ବମ୍ ପାଖରେ ଲାଗିଥିବା ବୋର୍ଡରେ ପାକିସ୍ତାନ ପକ୍ଷରୁ ବମ୍ ବିଷୟରେ ଲେଖାଯାଇଛି । ଏହାର ଶୀର୍ଷକରେ ଲେଖାଯାଇଛି ‘ଏହା ଗୁରୁଜୀ ଙ୍କ ଚତ୍ମକାର’। ଏହାର ତଳେ ଲେଖାଯାଇଛି ଭାରତୀୟ ବାୟୁସେନା ୧୯୭୧ ଯୁଦ୍ଧ ସମୟରେ ଗୁରୁଦ୍ବାର ସାହିବ ଉପରେ ଏକ ବମ୍ ପକାଇଥିଲେ। କିନ୍ତୁ ଗୁରୁଜିଙ୍କ କୃପାରୁ କୌଣସି କ୍ଷତି ହୋଇନଥିଲା।

ପାକିସ୍ତାନର ଏପରି କାର୍ୟ୍ୟପରେ ବିଜେପି ନେତା ତିଜିନ୍ଦର ସିଂହ ବାଗା ଟ୍ବିଟ୍ କରି କହିଛନ୍ତି ଯେ ଗୁରୁଦ୍ବାରରେ ଏପରି ବୋର୍ଡ ଲଗାଇବା ପାକିସ୍ତାନର ଭିରୁତାର ପରିଚୟ। ଏହାପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ ଏବଂ ବିଜେପିର କେତେକ ନେତା କର୍ତ୍ତାରପୁର କରିଡର ଖୋଲିବା ପୂର୍ବରୁ ପାକିସ୍ତାନର ଏଭଳି ହରକତକୁ ନିନ୍ଦା କରିଛନ୍ତି।

Comments are closed.