କରତାରପୁର କରିଡର: ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ସର୍ତ୍ତ ରଖିଲା ପାକିସ୍ତାନ

0

ନୂଆଦିଲ୍ଲୀ : ଭିସାମୁକ୍ତ କରତାରପୁର କରିଡର ପାଇଁ ପାକିସ୍ତାନ ସମ୍ମତି ପ୍ରକାଶ କରିଛି; ତେବେ ଭାରତୀୟ ତୀର୍ଥଯାତ୍ରୀଙ୍କ କ୍ଷେତ୍ରରେ ଏହା କେତେକ କଟକଣା ଧାର୍ଯ୍ୟ କରିଛି। ଏହି କରିଡର ଦେଇ ଦୈନିକ ୫ହଜାର ଓ ଉତ୍ସବ ସମୟରେ ସର୍ବାଧିକ ୧୫ହଜାର ଯାତ୍ରୀଙ୍କ ଯାତାୟତ ପାଇଁ ଭାରତ ଅନୁମୋଦନ ଦେଇଥିବାବେଳେ ପାକିସ୍ତାନର କଟକଣା ଭାରତକୁ ଧକ୍କା ହୋଇଛି। କରିଡର ନିର୍ମାଣ ସମ୍ପର୍କରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନାର ଦୁଇ ଦିନ ପରେ ପାକିସ୍ତାନ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଦୈନିକ ଭାରତର ୭୦୦ ତୀର୍ଥଯାତ୍ରୀଙ୍କୁ ଦର୍ଶନ ଅନୁମତି ମିଳିବ। ଭାରତୀୟ ଶିଖଙ୍କୁ ସ୍ବତନ୍ତ୍ର ଅନୁମତିପତ୍ର ପ୍ରଦାନ କରାଯିବବୋଲି ମଧ୍ୟ କୁହାଯାଇଛି। ପୁନଶ୍ଚ ଭାରତୀୟ ଯାତ୍ରୀ ଖାଲିପାଦରେ ଯିବେ ଓ ଏକକାଳୀନ ସର୍ବାଧିକ ୧୫ଜଣ ଯାତ୍ରା କରିପାରିବେ ବୋଲି ସର୍ତ୍ତ ରଖିଛି ପାକିସ୍ତାନ। କରିଡର ନିର୍ମାଣ ସମ୍ପର୍କିତ ଭାରତର ଆଭିମୁଖ୍ୟକୁ ପାକିସ୍ତାନର ଏଭଳି ମାନସିକତା ଧକ୍କା ଦେଇଥିବା କୁହାଯାଉଛି।

Leave A Reply