କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ: କଂଗ୍ରେସ ବିଧାୟକଙ୍କ ବ୍ୟବହାର ‘କିନ୍ନର’ ଭଳି ଥିଲା

0

ବେଙ୍ଗାଲୁରୁ : କର୍ଣ୍ଣାଟକର ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେଏସ ଇଶ୍ୱରପା ରବିବାର ଏକ ଜନସଭାରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କଂଗ୍ରେସ ବିଧାୟକଙ୍କ ତୁଳନା ‘କିନ୍ନର’ ସହ କରିଛନ୍ତି।

ଇଶ୍ୱରପା ନିଜ ଅଭିଭାଷଣରେ କହିଛନ୍ତି ଯେ ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ କେତେକ କଂଗ୍ରେସ ବିଧାୟକ ବିଜେପିରେ ମିଶିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ସେମାନେ ର୍ନିବାଚନରେ ହାରିଯିବାର ଭୟ କରୁଥିଲେ। ସେମାନଙ୍କୁ ଲାଗୁଥିଲା ଯେ ୫୦ ହଜାର ମୁସଲମାନ ସେମାନଙ୍କୁ ଭୋଟ ଦେବେ ନାହିଁ। ଏପରି ବ୍ୟବହାର ବିଲକୁଲ ‘କିନ୍ନର’ ଭଳି ଥିଲା। ଏହାସହ ସେ କହିଥିଲେ ଯେ ମୁଁ କେବେ ବି ସେ ସମୂଦାୟକୁ ଖୁସି କରିବାକୁ ଚେଷ୍ଟା କରିନାହିଁ କି ଶୁଭକାମନା ଜଣାଇନାହିଁ। ଏହାପରେ ବି ନିର୍ବାଚନ ଜିତିବା ପାଇଁ ମୋତେ ପର୍ଯ୍ୟାପ୍ତ ଭୋଟ ମିଳିଯାଉଛି। କେବଳ ଦେଶଭକ୍ତ ମୁସଲମାନ ବିଜେପିକୁ ଭୋଟ ଦିଅନ୍ତି। ଯେଉଁମାନେ ଦେଶ ବିରୋଧୀ ଓ ପାକିସ୍ତାନକୁ ସମର୍ଥନ ଜଣାଉଛନ୍ତି ସେମାନେ ବିଜେପିକୁ ଭୋଟ ଦେବା ପାଇଁ ସଂକୋଚ କରନ୍ତି। ଏହି ବିବାଦୀୟ ବୟାନକୁ ନେଇ ମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ମନ୍ତ୍ରୀ ସାମ୍ପ୍ରଦାୟିକ ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏହା ଉପରେ ବିଜେପିର ସ୍ପଷ୍ଟୀକରଣ ମିଳିନାହିଁ।

Leave A Reply