ଜେଡିଏସ୍‍ ବିଧାୟକଙ୍କୁ ୧୦୦ କୋଟି ଲେଖାଏଁ ଯାଚିଛି ବିଜେପି: କୁମାରସ୍ୱାମୀ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେଠାରେ ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଛି। ଉଭୟ ବିଜେପି ଓ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଭଳି ପରିସ୍ଥିତିରେ ଜେଡିଏସ୍‍ ମୁଖ୍ୟ ଏଚ୍‍ ଡି କୁମାରସ୍ୱାମୀ ବିଜେପି ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସରକାର ଗଠନ ପାଇଁ ୟେଦୁରପ୍ପାଙ୍କୁ ସମର୍ଥନ ଦେବାକୁ ଜେଡିଏସ୍‍ ବିଧାୟକଙ୍କୁ ୧୦୦ କୋଟି ଟଙ୍କା ଲେଖାଏଁ ବିଜେପି ଲାଞ୍ଚ ଯାଚିଛି ବୋଲି କୁମାରସ୍ୱାମୀ ଆଜି ଏଠାରେ ଆୟୋଜିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply