ଆଜି ଶପଥ ନେବେ କୁମାରସ୍ୱାମୀ

0

ଶପଥ ଗ୍ରହଣରେ ଯୋଗଦେବେ ୧୨ ଆଞ୍ଚଳିକ ଦଳ ନେତା

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଗଠନ ହେବାକୁ ଯାଉଥିବା ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍‍) ନେତା ଏଚ୍‍ ଡି କୁମାରସ୍ୱାମୀ ବୁଧବାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କଂଗ୍ରେସ ଓ ଜେଡିଏସ୍‍ ମେଣ୍ଟ ସରକାରରେ କୁମାରସ୍ୱାମୀଙ୍କ ସହିତ ରାଜ୍ୟ କଂଗ୍ରେସ ସଭାପତି ତଥା ଦଳିତ ନେତା ଜି ପରମେଶ୍ୱର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୩୪ଜଣିଆ ମନ୍ତ୍ରିମଣ୍ଡଳରେ କଂଗ୍ରେସର ୨୨ ଓ ଜେଡି(ଏସ୍‍)ର ୧୨ଜଣ ମନ୍ତ୍ରୀ ରହିବେ। କଂଗ୍ରେସର ବରିଷ୍ଠ ନେତା କେ.ଆର ରମେଶ କୁମାର ବାଚସ୍ପତି ହେବେ। ମେଣ୍ଟ ସରକାର ଶପଥ ଗ୍ରହଣ ପରିଦିନ, ୨୪ତାରିଖରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏହା ପରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରଣ କରିବେ ଓ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ ବୋଲି ମଙ୍ଗଳବାର ଉଭୟ ଦଳ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।
ବୁଝାମଣା ଅନୁଯାୟୀ ମେଣ୍ଟ ସରକାରରେ ଉଭୟ ଦଳର ବିଧାୟକ ସଂଖ୍ୟା ଆଧାରରେ ମନ୍ତ୍ରୀ ପଦ ଆବଣ୍ଟନ କରିବାକୁ ସ୍ଥିର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଗୃହ, ରାଜସ୍ୱ, ଶକ୍ତି ଓ ଅର୍ଥ ବିଭାଗକୁ ନେଇ ମେଣ୍ଟରେ ବିବାଦ ଦେଖାଯିବାର ଆଶଙ୍କା ରହିଛି। କଂଗ୍ରେସ ଏହି ସବୁ ବିଭାଗକୁ ନିଜ ପାଖରେ ରଖିବାକୁ ଆଗ୍ରହ ପ୍ରକାଶ କରିଛି। ସେହିପରି ଆଗାମୀ ଦିନରେ ହେବାକୁ ଯାଉଥିବା ବିଧାନସଭାର ଅନ୍ୟ ଦୁଇ ଆସନ ଯଥା ଆର ଆର ନଗର ଓ ଜୟନଗରରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ। ଏହି ଦୁଇଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇ ନାହିଁ। ସରକାର ପରିଚାଳନା ପାଇଁ ଦୁଇ ଦଳକୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ଏକ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ସ୍ଥିର କରିବେ। ସର୍ବନିମ୍ନ କାର୍ଯ୍ୟକ୍ରମରେ ଦୁଇ ଦଳର ଇସ୍ତାହାରକୁ ଗୁରୁତ୍ୱ ଦିଆଯିବ। ସିଦ୍ଧରମୈୟା କଂଗ୍ରେସ ବିଧାୟକ ଦଳର ନେତା ରହିବେ।
କୁମାରସ୍ୱାମୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସହିତ ୧୨ଟି ଆଞ୍ଚଳିକ ଦଳର ନେତା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମାୟାବତୀଙ୍କ ନାମ ସର୍ବାଗ୍ରେ ରହିଛି। ଏହା ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଗୁଲାମ ନବୀ ଆଜାଦ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଡିଏମ୍‍କେ ନେତା ଏମ୍‍ କେ ଷ୍ଟାଲିନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିଜେପି ବିରୋଧୀ ଦଳଗୁଡିକ ଶକ୍ତି ପ୍ରଦର୍ଶ

Leave A Reply