କାର୍‍ଗିଲ ବିଜୟ ଦିବସ : ଉଜ୍ଜୀବିତ କରେ ଭାରତୀୟ ସେନାର ବୀରତ୍ୱର ଗାଥା

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ୨୦ ବର୍ଷ ପୂର୍ବେ ଅର୍ଥାତ୍‍ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଭାରତୀୟ ସେନା ପାକିସ୍ତାନ ସେନାକୁ ପରାସ୍ତ କରି କାର୍‍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା। ତେଣୁ ପ୍ରତ୍ୟେକ ବର୍ଷ ୨୬ ଜୁଲାଇକୁ ‘କାର୍‍ଗିଲ ବିଜୟ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନ ଭାରତୀୟ ସେନାର ବୀରତ୍ୱର ଗାଥାକୁ ଉଜ୍ଜୀବିତ କରିଥାଏ। ଏହି ଯୁଦ୍ଧ ପାକିସ୍ତାନ ଆରମ୍ଭ କରିଥିଲା। ୩ ମେ’ ୧୯୯୯ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧର ଅନ୍ତ ପ୍ରାୟ ୩ ମାସ ପରେ ୨୬ ଜୁଲାଇ ୧୯୯୯ରେ ଭାରତର ବିଜୟ ସହ ହୋଇଥିଲା। ଏହି ଯୁଦ୍ଧ ଏବଂ ଭାରତୀୟ ସେନାର ବୀରତ୍ୱର ଗାଥା ଓ ବଳିଦାନକୁ ପ୍ରତ୍ୟେକ ଭାରତବାସୀ ଗର୍ବର ସହ ପ୍ରତି ବର୍ଷ ମନେ ପକାଇଥାଆନ୍ତି।

Comments are closed.