ପିତାଙ୍କ ମୃତ୍ୟୁର ୧୯ ବର୍ଷ ପରେ ସେନାରେ ଯୋଗଦେଲେ  ସହିଦଙ୍କ ପୁଅ

0

ନୂଆଦୁଲ୍ଲୀ:   ଦେଶ ପାଇଁ  ସହିଦ ହୋଇଥିଲେ ପିତା ।  ପିତାଙ୍କ ପଦାଙ୍କ ଅନୁସରଣ କରି ପୁତ୍ର ବି ସେନାରେ ଲେଫନାଣ୍ଟ ଭାବେ ଯୋଗ ଦେଇଛନ୍ତି । ୧୯୯୯ ମସିହା କାରଗିଲ୍‌ ଯୁଦ୍ଧରେ ଲେଫନାଣ୍ଟ ହିତେଶ କୁମାରଙ୍କ  ବାପା ସହିଦ ହୋଇଥିଲେ । ସେହି ସମୟରେ ମାତ୍ର ୬ ବର୍ଷର ହୋଇଥିବା ହିତେଶ କୁମାର ସେନାରେ ଯୋଗ ଦେବେ ବୋଲି ଶପଥ ନେଇଥିଲେ । ଏହା ଶେଷରେ ସତ ହୋଇଛି । କାରଗିଲ ଯୁଦ୍ଧର ୧୯ ବର୍ଷ ପରେ  ସହିଦ ବଚନ ସିଂଙ୍କ ପୁଅ ହିତେଶ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ସହ ରାଜପୁତନା ରେଜିମେଣ୍ଟରେ ଯୋଗ ଦେଇଛନ୍ତି । ୧୯ ବର୍ଷ ଧରି ସେ ସେନାରେ ଯୋଗ ଦେବା ପାଇଁ ସ୍ୱପ୍ନ ଦେଖୁଥିବା କଥା କହିଛନ୍ତି । ଛୋଟ ପିଲା ବେଳୁ ସେନାରେ ଯୋଗ ଦେଇ ଦେଶ ସେବା କରିବା ଦେଶ ଗର୍ବ ବିଷୟ ବୋଲି ସେ ଚିନ୍ତା କରିଥିଲେ । ଶେଷରେ ତାଙ୍କର ସ୍ୱପ୍ନ ସତ ହୋଇଛି । ଗର୍ବ ଓ ଗୌରବର ସହ ସେ ଦେଶ  ସେବା କରିପାରିବେ ବୋଲି କହିଛନ୍ତି ।

courtesy Times of India

ହିତେଶଙ୍କ ପାସ୍‌ ଆଉଟ୍‌ ଉତ୍ସବ ବେଳେ ତାଙ୍କ ମାଆ ଉପସ୍ଥିତ ଥିଲେ । ଖୁସୀରେ ତାଙ୍କ ଆଖିରୁ ଲୁହ ଝରି ପଡିଥିଲା । ହିତେଶଙ୍କ ବାପାଙ୍କ ମୃତ୍ୟୁ ପରେ ବହୁ କଷ୍ଟ ଓ ବଧା ବିଘ୍ନ ଆସିଥିଲା ତେବେ ଏବେ ସେ ଖୁସୀ ବୋଲି କହିଛନ୍ତି । ସେହି ପରି କାରଗିଲ ଯୁଦ୍ଧ ସମୟରେ ବଚନ ସିଂଙ୍କ  ସହଯୋଗୀ ଥିବା ରିଶିପାଲ ସିଂ  ହିତେଶଙ୍କ ଏହି ସଫଳତା ପାଇଁ ଖୁସୀ ବ୍ୟକ୍ତ କରିଛନ୍ତି ।

ଜୁନ୍‌ ୧୨ , ୧୯୯୯ ରାତିରେ କାରଗିଲର  ତୋଲଲିଙ୍ଗ୍‌ରେ  ଯୁଦ୍ଧ  କରୁଥିବା ବେଳେ ବଚନ ସିଂ ସହିଦ ହୋଇଥିଲେ ।  ବଚନ ସିଂଙ୍କର ଆଉ୧୭ଜଣ ସହକର୍ମୀ ବି ସହିଦ ହୋଇଥିଲେ ବୋଲି ମେଜର ବିବେକ ଗୁପ୍ତା ସୂଚନା ଦେଇଛନ୍ତି     । ସେହି ସମୟରେ ବଚନ ସିଂ ଲାନସ୍‌ ନାୟକ ଭାବେ ସେନାରେ କାର୍ଯ୍ୟ କରୁଥିଲେ ।

ମୁଜାଫର ନଗରରେ ବଚନ ସିଂଙ୍କ ଘର  । ସହିଦ ବଚନ ସିଂଙ୍କ ବଡ ପୁଅ ସେନାରେ ଯୋଗ ଦେଇଛନ୍ତି  ତାଙ୍କ ସାନ ପୁଅ ହେମନ୍ତ ବି ଏବେ ସେନାରେ ଯୋଗଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

 

 

 

 

Leave A Reply