​‌ଦ୍ଵୈ‌ତ ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି କରୀନା

ମୁମ୍ବଇ : ଆଗାମୀ ଚଳଚ୍ଚିତ୍ର ‘ତଖ୍‌ ତ’ ପାଇଁ ବେଗମ୍ କରୀନା କପୁର ଖାନ୍ ଖୁବ୍ ବ୍ୟସ୍ତ ଅଛନ୍ତି। ଆଗାମୀ ୨ ସପ୍ତାହ ମଧ୍ୟରେ ଏହାର ତୃତୀୟ ପର୍ଯ୍ୟାୟ ସୁଟିଂ ହେବ ବୋଲି ଜଣାପଡ଼ିଛି। ଏବେ ବରାବର ଲଣ୍ଡନ ଗସ୍ତ କରୁଛନ୍ତି କରୀନା। କାରଣ ହାତରେ ଅନ୍ୟ ଏକ ପ୍ରୋ​‌ଜେ‌କ୍ଟ ‘ଇଂଲିଶ୍ ମିଡିୟମ୍-୨’ ଅଛି। ଏସବୁ ଭିତରେ ଏକ ରିଏଲିଟି ଶୋ’ରେ ମଧ୍ୟ ସେ ଯଥା ସମୟ ଦେଉଛନ୍ତି। ଏକ ସାକ୍ଷାତକାର୍‌ ଅବସରରେ କରୀନା କହିଛନ୍ତି ଖୁବ୍ ପରିଶ୍ରମ କରିବା ପରେ ଆଜି ସେ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ଭାବେ ଗଣାଯାଉଛନ୍ତି। ପିଲାଦିନରୁ କିନ୍ତୁ ତାଙ୍କର ଇଚ୍ଛା ଥିଲା, ସେ ସିନେଜଗତରେ କ୍ୟାରିୟର କରିବା ପରେ ଡବଲ୍ ରୋଲ୍ ଭୂମିକାରେ କାମ ନିଶ୍ଚୟ କରିବେ। ଶ୍ରୀଦେବୀ ଅଭିନୀତ ‘ଚାଲବାଜ୍’ ତାଙ୍କର ସବୁଠୁ ପ୍ରିୟ ଚଳଚ୍ଚିତ୍ର। ଭବିଷ୍ୟତରେ ଏକ ​​‌ଦ୍ଵୈ‌ତ ଭୂମିକାରେ କାମ କରିବାର ସୁଯୋଗ ମିଳିଲେ ସେ ଖୁବ୍ ଖୁସି ହେବେ ବୋଲି କରୀନା କହିଛନ୍ତି।

Comments are closed.