ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ କରମବୀର ସିଂହ

ନୂଆଦିଲ୍ଲୀ : ଆଡମିରାଲ କରମବୀର ସିଂହ ଶୁକ୍ରବାର ୨୪ତମ ଭାରତୀୟ ନୌସେନା ମୁଖ୍ୟଭାବେ କାର୍ଯ୍ୟଭାର ଦାୟିତ୍ୱ ନେଇଛନ୍ତି। ସେ ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ କରମବୀର ସିଂହ ବିଶାଖାପାଟନମରେ ପୂର୍ବ ନୌସେନା ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ ଚିଫ୍‍ ଭାବେ କାର୍ଯ୍ୟ କରୁଥିଲେ। ଭାରତୀୟ ନୌସେନାରେ ଯୁଦ୍ଧ ଜାହଜ ସାମିଲ କରିବା, ବିଭିନ୍ନ ବୁଡା ଜାହଜ ଓ ବିମାନକୁ ସାମିଲ କରି ନୌସେନାର ଆଧୁନିକରଣ କରିବା କରମବୀରଙ୍କ ପାଇଁ ମୁଖ୍ୟ ଦାୟିତ୍ୱ ରହିବ। ସୂଚନାଯୋଗ୍ୟ ଯେ ଭାରତୀୟ ନୌସେନାରେ ୧୩୨ ଜାହଜ, ୨୨୦ ବିମାନ ଓ ୧୫ଟି ବୁଡା ଜାହଜ ରହିଛି।

Comments are closed.