ପୁଣି ଫେରିଲେ କପିଲ, ନୂଆ ଶୋ ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ ଶର୍ମା’

0

ନୂଆଦିଲ୍ଲୀ: ଦୀର୍ଘ ୬ ମାସ ପରେ ନୂଆ କମେଡି ଶୋ ନେଇ ପୁଣି ଛୋଟ ପରଦାରେ ଧମାକା ମଚେଇବାକୁ ଆସୁଛନ୍ତି କପିଳ ଶର୍ମା । ଏହି ଶୋର ନାମ ରହିଛି ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ ଶର୍ମା’ । ଏହାର ପ୍ରୋମୋ ରିଲିଜ ହୋଇଥିବା ବେଳେ ଏଥିରେ କପିଲ ନିଜର ମଜାକ୍ ଉଡାଉଥିବା ଦେଖିବାକୁ ମିଳିଛି । ଅଜୟ ଦେବଗନ୍ ସହ ଏହି ପ୍ରୋମୋ ରିଲିଜ ହୋଇଛି । କପିଲ ଅଜୟ ଦେବଗନଙ୍କୁ ଅନୁରୋଧ କରୁଛନ୍ତି ତାଙ୍କ ଶୋକୁ ଆସିବାକୁ । ପ୍ରକାଶ ଯେ, ଅଜୟ ଦେବଗନଙ୍କ ନୂଆ ଫିଲ୍ମ ‘ରେଡ’ ୧୬ ମାର୍ଚରେ ରିଲିଜ ହେବାକୁ ଯାଉଛି ।

କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗି’ ବକ୍ସ ଅଫିସରେ ହିଟ୍ ହେବାରେ ଅସଫଳରେ ହେବା ପରେ ପୁଣି କପିଲ ଶର୍ମା ଛୋଟ ପରଦାକୁ ମୁହାଁଇଛନ୍ତି । ଏମିତିରେ କପିଲଙ୍କ ଫ୍ୟାନ୍ସ ଛୋଟ ପରଦାରେ ତାଙ୍କର ଧମାକଦାର ପ୍ରବେଶକୁ ଅନେଇ ବସିଛନ୍ତି । ତେବେ ମାର୍ଚ ୨୫ରେ ବିଦ୍ଧିବଧ ଭାବେ ସୋନିରେ ପ୍ରସାରଣ ହେବା ନେଇ ସୂଚନା ମିଳିଛି ।

Leave A Reply