‘ଦି କପିଲ ଶର୍ମା ଶୋ’ରେ ନଜର ଆସିବେ ସୁନିଲ ଗ୍ରୋଭର

ମୁମ୍ବଇ : ସୋନି ଟିଭିରେ ପ୍ରସାରିତ ବହୁଚର୍ଚ୍ଚିତ ହାସ୍ୟ ଧାରାବାହିକ ‘ଦି କପିଲ ଶର୍ମା ଶୋ’ରେ ପୁଣିଥିରେ କପିଲ ଶର୍ମାଙ୍କ ସହ ହାସ୍ୟକଳାକାର ସୁନିଲ ଗ୍ରୋଭରଙ୍କୁ ଦେଖିବାକୁ ମଳିବ। ଖବରଅନୁସାରେ ଖୁବଶିଘ୍ର ସୁନିଲ ଗ୍ରୋଭର ଏହି ଧାରାବାହିକରେ କପିଲଙ୍କ ସହ ନଜର ଆସିବେ। ସୂଚନା ମୁତାବକ, ସୁନିଲ ଗ୍ରୋଭର ଶୋକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଶୋର ପ୍ରାଯୋଜକ ସଲମାନ ଖାନ ଚାହୁଁଛନ୍ତି। ତେଣୁ ଏନେଇ ସଲମାନ ସୁନିଲଙ୍କ ସହ କଥା ହୋଇଛନ୍ତି। ମାତ୍ର ଏନେଇ ନିର୍ମାତାମାନେ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ସଲମାନଙ୍କ ଭାରତ ଚଳଚ୍ଚିତ୍ରରେ ସୁନିଲ ସଲମାନଙ୍କ ସହ କାମ କରିଥିବାରୁ ଅତିଥି ଭାବେ ଏଠାକୁ ଆସିପାରନ୍ତି ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ ତେବେ, ପ୍ରଶଂସକ ତଥା ଦର୍ଶକମାନେ ୨୦୧୭ ପରେ ପ୍ରଥମ ଥର ପାଇଁ ଉଭୟ ହାସ୍ୟକଳାକାରଙ୍କୁ ଏକା ସାଙ୍ଗରେ ଦେଖିପାରିବେ।

କପିଲ ଶର୍ମା ଓ ସୁନୀଲ ଗ୍ରୋବରଙ୍କୁ ଏକାଠି ୨୦୧୭ରେ ‘ଦି କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳିଥିଲା। ଯେତେବେଳେ ଏମାନେ ଅଷ୍ଟ୍ରେଲିଆରେ ଶୋ’ କରିବାକୁ ଯାଉଥିଲେ, ସେତେବେଳେ ଫ୍ଲାଇଟ୍ରେ ଉଭୟଙ୍କ ମଧ୍ୟରେ ଟିକେ ବଚସା ହୋଇଯାଇଥିଲା ଏବଂ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଏହାର ତୁରନ୍ତ ପରେ ସୁନୀଲ ଶୋ’ ଛାଡ଼ିଦେଇଥିଲେ। ଏହାପରେ ସେ ଷ୍ଟାରପ୍ଲସରେ ଏକ ଶୋ ‘କାନପୁର ୱାଲେ ଖୁରାନାଜ’ ଆରମ୍ଭ କରିଥିଲେ। ହେଲେ ଏହାକୁ ଏତେ ଭଲ ରେସପନ୍ସ ନ ମିଳିବାରୁ ଏହାକୁ ବନ୍ଦ କରିଦିଯାଇଥିଲା।

Comments are closed.