କପିଲ ଶର୍ମାଙ୍କ ଘରେ ଅଗ୍ନିକାଣ୍ଡ

ମୁମ୍ବାଇ : ଲୋକପ୍ରିୟ ହାସ୍ୟ କଳାକାର ତଥା ଟିଭି ରିୟଲିଟି କାର୍ୟ୍ୟକ୍ରମ ତାରକା କପିଲ ଶର୍ମାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଗୁରୁବାର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନୀଶମ ବିଭାଗକୁ ଡ଼କାଇ ନିଆଁକୁ ଆୟତ୍ତ କରିବାରୁ ବିଶେଷ କ୍ଷତି ହୋଇ ନଥିବା ଜଣା ପଡ଼ିଛି । ନିଆଁ ଲାଗିବା ସମୟରେ ଘରେ କେହି ନଥିବା କାରଣରୁ କୌଣସି ଜୀବନହାନୀ ଘଟି ନାହିଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.