କନ୍ୟା ପୂଜନରେ କନ୍ୟାଙ୍କୁ ଦିଅନ୍ତୁ ମନପସନ୍ଦର ଭୋଜନ

0

ଯଦି ଆପଣ ଏହି ଦିନ କନ୍ୟାମାନଙ୍କୁ କିଛି ନୂଆ ଓ ସ୍ୱାଦିଷ୍ଟ ଭୋଜନ କରାଇବାକୁ ଚାହୁଛନ୍ତି ତେବେ ଘରେ ଅନେକ ଅଲଗା ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରି ପାରିବେ। ଏପରି କରିବା ଦ୍ୱାରା କନ୍ୟାମାନେ ଖୁସି ହୋଇଥାନ୍ତି।
ମିନି ସମୋସା: ସିଙ୍ଗଡା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ବିନା ପିଆଜରେ ସିଙ୍ଗଡା ପ୍ରସ୍ତୁତ କରି କନ୍ୟାମାନଙ୍କୁ ଖାଇବାକୁ ଦିଅନ୍ତୁ।
ପିଜା: ପିଜା ସାଧାରଣତଃ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ। କିନ୍ତୁ ଏହା ପିଆଜରେ ପ୍ରସ୍ତୁତ କରାଯାଇଥାଏ। ତେଣୁ ନବରାତ୍ରୀରେ ପିଆଜ ଥିବା ପିଜା ଖାଇବା ଅନୁଚିତ। ତେଣୁ କନ୍ୟାମାନଙ୍କ ଭୋଜନ ନିମନ୍ତେ ଘରେ ବିନା ପିଆଜରେ ପିଜା ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ।
କେକ୍‍: କେକ୍‍ ସାଧାରଣତଃ ଅଣ୍ଡାରେ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ନବରାତ୍ରିରେ ଆମିଷ ଖାଇବାକୁ ବାରଣ କରାଯାଇଛି। ତେଣୁ ଘରେ ବିନା ଅଣ୍ଡାରେ କେକ୍‍ ପ୍ରସ୍ତୁତ କରନ୍ତୁ। ଏହା କନ୍ୟାମାନଙ୍କୁ ଅନେକ ପସନ୍ଦ ଆସିଥାଏ।

Leave A Reply