କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ ଅଭିଯୋଗ

0

କେନ୍ଦ୍ରାପଡା: ପଞ୍ଚାୟତର କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଜତ ରେକ୍ଟା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଜନୈକ ଯୁବକଙ୍କୁ ସରପଞ୍ଚ ଓ ଗ୍ରାମର କିଛି ଯୁବକ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଉଲଗ୍ନ କରି କାଠଫାଳିଆରେ ମାଡ ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ। ଯୁବକଙ୍କୁ ଆହତ ଅବସ୍ଥାରେ ତାଙ୍କ ବାପା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଉକ୍ତ ଯୁବକ ଜଣକ ଶିକାରୀପାହି ଗ୍ରାମର ଜଣେ ଠିକାଦାରଙ୍କ ଅଧୀନରେ  କାମ କରୁଥିଲେ। ଠିକାଦାରଙ୍କ ଝିଅ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତାପରେ ଯୁବକ ଜଣକ ଯୁବତୀଙ୍କୁ ନେଇ ଭୁବନେଶ୍ବର ପଳାଇ ଆସିଥିଲେ। ସୋମବାର ଦିନ କିଛି ଯୁବକ ଭୁବନେଶ୍ବର ଯାଇ ଯୁବକଙ୍କୁ ଗ୍ରାମକୁ ଆଣିଥିଲେ। କଙ୍ଗାରୁ କୋର୍ଟରେ ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଥିବା ଜଣା ପଡିଛି।

Leave A Reply