ପୁଲିସ ଭାବି ଗୁଳି : ୧ମୃତ ,୨ଗୁରୁତର

0

କଣେଇ : ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ଲହୁଣୀପଡା ଥାନା ଅର୍ନ୍ତଗତ ଟିଙ୍କ ଘାଟିର କୁସୁୁମଡିହ ଠାରେ ପୁଲିସ ଭାବି ଦୁର୍ବୃତ୍ତମାନେ ଆତର୍କିିତ ଗୁଳିଚାଳନା କରିଥିଲେ। ଗୁଳି ଚାଳନାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ କୁସୁମଡିହ ଗ୍ରାମର ସୁନିଲ ମୁଣ୍ଡା , ସଚିନ ମୁଣ୍ଡା , ଶାନ୍ତିସ ମୁଣ୍ଡା କୈାଣସି କାର୍ଯ୍ୟରେ ବାଇକ ଯୋଗେ ନିକଟସ୍ଥ ରାଇକଳା ଗ୍ରାମକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ପୁଲିସ ଭାବି ଆତର୍କିତ ଗୁଳିଚାଳନା କରିଥିଲେ ଫଳରେ ଘଟଣା ସ୍ଥଳରେ ସୁନିଲ ମୁଣ୍ଡାର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ। ଗୁରତରମାନଙ୍କୁ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକତ୍ସା କରାଯାଇଥିବା ସୂଚନା ମିଳିଛି। ଲହୁଣୀପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଏହା ମାଓବାଦିଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

Leave A Reply