୪ ଜଣ ଡକାୟତଙ୍କୁ ଧରିଲେ ଗ୍ରାମବାସୀ

0

କନ୍ଧମାଳ : କନ୍ଧମାଳ ଜିଲା କୋରେମାଣ୍ଡୁ ଗ୍ରାମରେ ଡକାୟତି ଘଟଣାରେ ସମ୍ପୃକ୍ତ ୪ ଜଣ ଡକାୟତଙ୍କୁ ଗ୍ରାମବାସୀ ଧରିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ୧୦ଜଣ ଡକାୟତ ସୁବାସ ଚନ୍ଦ୍ର ସାହୁଙ୍କ ଘରେ ପଶିଥିଲେ। ଡକାୟତମାନେ ସୁବାସଙ୍କ ପରିବାର ଲୋକଙ୍କ ବେକରେ ଛୁରୀ, କଟୁରୀ ଲଗାଇ ଦଶ ଲକ୍ଷ ଟଙ୍କା ସହ ସୁନାଗହଣା ଦେବାପାଇଁ କହିଥିଲେ। ସୁବାସଙ୍କ ପରିବାର ଲୋକେ ଡକାୟତଙ୍କ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର କରି ଡାକିଥିଲେ। ପଡୋଶୀମାନେ ଏମାନଙ୍କ ଚିତ୍କାର ଶୁଣି ସୁବାସଙ୍କ ଘର ନିକଟରେ ପହଞ୍ଚିବା ସମୟରେ, ୧୦ ଜଣ ଡକାୟତଙ୍କ ମଧ୍ୟରୁ ୬ଜଣ ଦୁଇଟି ଗାଡିରେ ପଳାଇ ଯାଇଥିଲେ। ଗ୍ରାମବାସୀ ଅନ୍ୟ ଚାରିଜଣ ଡକାୟତ ଧରିବାରେ ସଫଳ ହୋଇଥିଲେ। ପରେ ଗୋଚ୍ଛପଡା ପୁଲିସଙ୍କୁ ଏ ବିଷୟରେ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଡକାୟତମାନଙ୍କ ଠାରୁ ଗୋଟିଏ ଭୁଜାଲି, କଟୁରୀ ଓ ଏକ ମୋଟର ସାଇକେଲ ଜବତ କରିଛି। ଡକାୟତ ଚାରିଜଣ ହେଲେ, ବରୁଣ କହ୍ନାର, ଚୈତନ୍ୟ ଦିଗାଲ, ରାଜେଶ କୁମାର ଦିଗାଲ। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

Leave A Reply