ଦୋକାନରେ ଅଗ୍ନିକାଣ୍ଡ

ବହଳଦା: କନ୍ଧମାଳ ଜିଲା ତିରିଂ ଥାନା ଅନ୍ତର୍ଗତ ସାନଭୁଣ୍ଡା ଗ୍ରାମରେ ବୁଧବାର ସନ୍ଧ୍ୟାରେ କସାମଦିଛକରେ ଥିବା ମାର୍କେଟ କମ୍ପ୍ଲେକ୍ସର ଥିବା ଏକ ଦୋକାନରେ ଆକସ୍ମିକ ରୂପେ ନିଆଁ ଲଗିଯାଇଥିଲା

ସୂଚନା ଅନୁଯାୟୀ, ମାର୍କେଟ କମ୍ପ୍ଲେକ୍ସରେ ଲେଡିଜ କର୍ଣ୍ଣର ଓ ମନହରି ଦୋକାନ କରିଥିବା ସାନଭୁଣ୍ଡ ଗ୍ରାମର ଚାନ୍ଦରାୟ ଟୁଡୁଙ୍କ ଦୋକାନରେ ବୁଧବାର ସନ୍ଧ୍ୟାରେ ଆକସ୍ମିକ ରୂପେ ନିଆଁ ଲାଗିଯଆଇଥିଲା। ଏହି ଅଗ୍ନିକାଣ୍ଡରେ  ଅଧିକାଂଶ ସାମଗ୍ରୀ ଓ ଫ୍ରିଜ , ପଙ୍ଖା ବୈଦ୍ୟୁତିକ ଉପକରଣ ଆଦି ପୋଡି ପାଉଁଶ  ହୋଇଯାଇଛି। ପ୍ରଥମେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ବହୁ ଉଦ୍ୟମ କରିଥିଲେ  । ପରେ ଖବର ପାଇଁ ତରିଂରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିଲେ।  ଅଗ୍ନିକାଣ୍ଡରେ  ହଜାର ହଜାର ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ବୋଲି ଅନୁମାନ କରାଯାଉଛି । ତେବେ ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ।

Comments are closed.