ପଦ୍ମ ଛାଡିଲେ ଆଦିବାସୀ ନେତା କାମରାଜ, ଶଙ୍ଖ ଧରିବା ନେଇ ସଜବାଜ

0

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଏବେ ରାଜନୀତି ପାଣିପାଗ ଜୋର ଧରିଛିା ନିର୍ୱାଚନ ପୂର୍ୱରୁ କିଏ ଟିକେଟ ଆଶାରେ ତ ଆଉ କିଏ ପଦବୀ ଆସାରେ ଜଣେ ପରେ ଜଣଙ୍କର ଦଳବଦଳ ଚାଲିଛିା ଗତ କିଛିଦିନ ପୂର୍ୱେ କଂଗ୍ରେସ ସହ ୨୦ ବର୍ଷ ସମ୍ପର୍କ ଛିନ୍ନ କରି ଖଇରପୁଟ ସମିତିସଭ୍ୟ କୁମୁଦିନୀ କିର୍ସାନୀ ଦଳ ଛାଡିଥିବା ବେଳେ ଗୁରୁବାର ବରିଷ୍ଠ ଆଦିବାସୀ ନେତା ତଥା ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ କାମରାଜ କବାସୀ ଭାଜପା ଦଳ ଛାଡିଥିବା ନେଇ ଇସ୍ତଫା ପତ୍ର ଦେଇଛନ୍ତିା ସେ ତାଙ୍କ ଇସ୍ତଫାରେ ଉଲ୍ଲେଖ କରିଛନ୍ତି ଯେ, ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସହ ସମସ୍ତ ପଦ ପଦବୀରୁ ତାଙ୍କର ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତିା ତେବେ ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଦୀର୍ଘଦିନ ଧରି ସେ ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରୁଥିବା ବେଳେ ଦଳରେ ପାତରଅନ୍ତର ନୀତି ଜୋର ଧରିଛିା କଳାହାଣ୍ଡି ଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥଙ୍କ ସଭାକୁ ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ବେଳେ ସବୁବେଳେ ତାଙ୍କୁ ଉପେକ୍ଷା କରାଯାଇଛିା ଏହି ଅଞ୍ଚଳରେ ଆଦିବାସୀଙ୍କ ସଂଗଠନକୁ ମଜବୁତ କରିବା ସହ ଗତ ପଞ୍ଚାୟତ ନିର୍ୱାଚନରେ ମାଲକାନଗିରି ଜିଲ୍ଲା ପରିଷଦ ଗଠନ ସମେତ ଏଠାରେ ୧୦ଟି ସିଟରେ ବିଜେପିର ବିଜୟ ପାଇଁ ତାଙ୍କର ଅବଦାନ ରହିଥିଲା ଏହିସବୁକୁ ଅଣଦେଖା କରା ଯାଇଥିବା ତାଙ୍କୁ ବ୍ୟଥିତ କରିଥିଲ।। ତେବେ ସେ ଛାତ୍ର ଜୀବନରେ ଚାକିରି ଛାଡି ବିଜୁ ପଟ୍ଟନାୟକଙ୍କ ଆନୁଗତ୍ୟ ଥିଲୋ ଯୁବ ଅବସ୍ଥାରେ ବିଜୁବାବୁଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଥିଲୋ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ତାଙ୍କୁ ଆକର୍ଷିତ କରିଛିା ନବୀନ ସରକାରଙ୍କ ପକ୍ଷରୁ ଆଦିମ ଜନଜାତିଙ୍କ ବିକାଶ ପାଇଁ ବହୁ କାର୍ଯ୍ୟ କରାଯାଉଥିବା ବେଳେ ସେ ବିଜେଡି ଦଳରେ ଯୋଗ ଦେବେ ବୋଲି ସେ ପ୍ରକାଶ କରିଛନ୍ତିା

Leave A Reply