ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହ୍ୟାରିସ୍‌

0

ଓ୍ୱାଶିଂଟନ ..- ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ପ୍ରଥମଥର ପାଇଁ ଡେମୋକ୍ରେଟିକ ଦଳର ସିନେଟର ଭାବେ ନିର୍ବାଚିତ ହୋଇଥିବା  କମଳା ହାରିସ୍‌ ସାମିଲ ହୋଇଛନ୍ତି । ସେ ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ନିଜର ପ୍ରଚାର ଆରମ୍ଭ କରିଛନ୍ତି ।  ୨୦୨୦ରେ ଆମେରିକାରେ  ରାଷ୍ଟ୍ରପତି  ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା । କମଳା ହାରିସ  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କୁ ସମାଲୋଚନା କରିବା ପାଇଁ ବେଶ୍‌ ପ୍ରସିଦ୍ଧ ।

କମଳା ହାରିସ୍‌ଙ୍କୁ ଏବେ ୫୪ ବର୍ଷ  । ସେ ପ୍ରବାସୀ ଜାମାଇକା ଓ ଭାରତୀୟ ଦମ୍ପତିଙ୍କର ସନ୍ତାନ ।  ଏକାଠି ଆମେରିକାର ଭବିଷ୍ୟତ ପାଇଁ ଆମେ ଆମ ପିଲାଙ୍କ ପାଇଁ ଓ ଦେଶ ପାଇଁ କାମ କରିବ ବୋଲି କମଳା ସ୍ଲୋଗାନ ଦେଇଛନ୍ତି । କାଲିଫର୍ଣ୍ଣିଆରୁ ସେ ପ୍ରଥମ କୃଷ୍ଣକାୟ ମହିଳା ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply