‘ମଣିକର୍ଣ୍ଣିକା’ର ପ୍ରଯୋଜକ କମଲ ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

0

ମୁମ୍ବଇ : କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ର ପ୍ରଯୋଜକ କମଲ ଜୈନଙ୍କୁ ପକ୍ଷାଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁମ୍ବଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର କମଲ ନିଜେ ଟ୍ୱିଟ୍‍ କରି ଜଣାଇଥିଲେ। ହେଲେ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ଶୁଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ ୨୫ ଜାନୁଆରୀରେ ମୁକ୍ତିଲାଭ ହେବାକୁ ଯାଉଛି। ତେବେ ଚଳଚ୍ଚିତ୍ରର ମୁକ୍ତିଲାଭ ପୂର୍ବରୁ କମଲଙ୍କ ଏପରି ଅବସ୍ଥା ପାଇଁ ସମ୍ପୂର୍ଣ୍ଣ ଟିମ୍‍ ଦୁଃଖିତ ଥିବା ଜଣାପଡ଼ିଛି।

Leave A Reply