ଖେଳାଳି ଓ ସ୍ୱତନ୍ତ୍ର ଅତିଥି ପାଇଁ ହସ୍ତଶିଳ୍ପ ଉପହାର

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ପୁରୁଷ ହକି ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟର କଳା,ସଂସ୍କୃତି, ପର୍ଯ୍ୟଟନ ଶିଳ୍ପକୁ ବିଶ୍ୱବିଦିତ କରିବା ନେଇ ସରକାର ଆଗେଇ ଆସିଛନ୍ତି। ହକି ବିଶ୍ୱକପ ମାଧ୍ୟମରେ ଓଡ଼ିଶାର ସୁକ୍ଷ୍ମ ହସ୍ତଶିଳ୍ପ ସାମଗ୍ରୀର ବିଶ୍ୱବ୍ୟାପୀ ପ୍ରଚାର କରିବା ଲାଗି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ୧୬ଟି ଦେଶର ଖେଳାଳି, ସହଯୋଗୀ ସଦସ୍ୟ, ଭିଆଇପି ଓ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କୁ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ ଉପହାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ଶ୍ରେଷ୍ଠ କାରିଗରୀମାନଙ୍କ ଦ୍ୱାରା ଇକତ (ବାନ୍ଧ ବୁଣା), ଡୋକ୍ରା, କଟକର ପ୍ରସିଦ୍ଧ ତାରକସୀ କାରୁକାର୍ଯ୍ୟ ଓ ଲାଖ କାରୁକାର୍ଯ୍ୟ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରାଯିବ। ପଶ୍ଚିମ ଓଡ଼ିଶା କାରିଗରୀମାନଙ୍କ ଦ୍ୱାରା ଇକତ ହସ୍ତଶିଳ୍ପ ଓ ଡ୍ରୋକ୍ରା, କଟକ କାରିଗରୀମାନଙ୍କ ଦ୍ୱାରା ତାରକସୀ କାରୁକାର୍ଯ୍ୟ ଓ ନବରଙ୍ଗପୁର କାରିଗରୀମାନଙ୍କ ଦ୍ୱାରା ଲାଖ କାର୍ଯ୍ୟ ପ୍ରସ୍ତୁତ କରାଯିବ। ଉକ୍ତ ହସ୍ତଶିଳ୍ପକୁ ଉପହାର ଖେଳାଳି, ଅଫିସିଆଲ ଓ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବ।

Leave A Reply