ମାଓପ୍ରବଣ କୁରୁବ ଗ୍ରାମରେ ବିଏସଏଫ ଜନସମ୍ପର୍କ ଶିବିର

0

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଂଚଳରେ ମୁତୟନ ହୋଇଥିବା ୧୧୨ ବିଏନ ବିଏସଏଫ ବାଟାଲିୟନ ପକ୍ଷରୁ ଶୁକ୍ରବାର କାଲିମେଳା ବ୍ଲକ ଅନ୍ତର୍ଗତ ମାଓପ୍ରବଣ ବଡିଗେଟା ପଂଚାୟତ ଅଧିନସ୍ଥ କୁରୁବ ଗ୍ରାମରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କୁରୁବ ପ୍ରଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମଭି-୭୯ ବିଏସଏଫ କ୍ୟାମ୍ପର କମାଣ୍ଡାଂଟ ଅରୁଣ କୁମାର ଏବଂ ବଡିଗେଟା ବିଏସଏଫ କ୍ୟମ୍ପର ଆସିଷ୍ଟାଣ୍ଡ କମାଣ୍ଡେଂଟ ଶ୍ରୀ ରିଶି ମିଶ୍ର ଙ୍କ ନେତୃତ୍ୱରେ ବହୁ ବିଏସଏଫ ଜବାନ ଉପସ୍ଥିତ ରହି ଜନସମ୍ପର୍କ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଗୁରୁବ ଗ୍ରାମର ପ୍ରାୟ ୩ ଶହରୁ ଉର୍ଦ୍ଧ ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଗ୍ରାମର ୱାଡମେମ୍ବର ଇର୍ମେ ମାଡକାମି ଗାଁ ମୁଖିଆ ବିରା ମାଢୀ ଉପସ୍ଥିତ ରହିଥିଲେ । ବିଏସଏଫ ପକ୍ଷରୁ ପିଲା ମାନଙ୍କୁ ବିଭିନ୍ନ ପାଠ୍ୟ ପୁସ୍ତକ,ଖେଳ ସାମଗ୍ରୀ,ପୋଷାକ ବଂଟନ କରାଯାଇଥିଲା । ଏଥିସହ ଗ୍ରାମବାସିଙ୍କୁ କୃଷି ସରଞ୍ଜାମ, ଚପଲ, କମ୍ବଳ,ମହିଳା ମାନଙ୍କୁ ଶାଢି, ରୋଷେଇ ସାମଗ୍ରୀ ସମେତ ଚାଷ ନିମନ୍ତେ ବିଭିନ୍ନ ପ୍ରକାର ଫସଲର ମଞ୍ଜି ପ୍ରଦାନ କରିଥିଲେ । ମାଓ ପ୍ରବଣ ତଥା ଦୁର୍ଗମ ଅଂଚଳରେ ବସବାସ କରୁଥିବା ଅଂଚଳବାସି ମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା,ସେମାନଙ୍କ ଦୁଖ ସୁଖରେ ଅଂଶିଦାର ହେବା ସହିତ ଅଂଚଳର ସର୍ବାଙ୍ଗୀନ ଉନ୍ନତି ଓ ଆଦିବାସୀଙ୍କ ପିଲାମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ବିଏସଏଫ ଜବାନମାନଙ୍କ ନେତୃତ୍ୱରେ ଏହି ଜନ ସମ୍ପର୍କ ଶିବିର ଆୟୋଜନ ହେଉଥିବା ଏବଂ ଆଗାମି ଦିନରେ ଏଭଳି ବିଭିନ୍ନ ଗ୍ରାମରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହେବ ବୋଲି ବିଏସଏଫ କମାଣ୍ଡେଂଟ ଅରୁଣ କୁମାର ସୂଚନା ଦେଇଛନ୍ତି।

Leave A Reply