ନାବାଳିକାକୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

0

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୭୯ ଥାନା ଅନ୍ତର୍ଗତ ପେଦାବାଡା ଗ୍ରାମରେ ଜଣେ ଆଦିବାସି ନାବାଳିକା ଝିଅକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଏମଭି-୭୯ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଏମଭି-୧୦୭ ଗ୍ରାମର ମନୋଜିତ ମିର୍ଧା ଙ୍କ ପୁଅ ମାଧବ ମିର୍ଧା କୁ ଗିରଫ କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାଇ ପେଦାବାଡା ଗ୍ରାମର ୧୭ ବର୍ଷୀୟା ନାବାଳିକା ଝିଅ ସହିତ ଅଭିଯୁକ୍ତ ମାଧବର ଆଜକୁ ୩ ବର୍ଷ ହେବ ପ୍ରେମକରି ଶାରିରିକ ସମ୍ପର୍କ ରହିଥିଲା। ମନୋଜିତ ନାବାଳିକାକୁ ବିବାହ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲା। ପରବତ୍ତୀ ସମୟରେ ଯୁବକ ଜଣଙ୍କ ନାବାଳିକାକୁ ବିବାହ କରିବା ପାଇଁ ଅରାଜି ହେବା ସହ ତାଙ୍କୁ ପ୍ରତାରଣା କରିଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି। ଏହାସହ ଗତ ଶନିବାର ରାତି ୮ ଟା ସମୟରେ ଅଭିଯୁକ୍ତ ମାଧବ ପେଦାବାଡା ଗ୍ରାମକୁ ଯାଇ ନାବାଳିକାକୁ ତାଙ୍କ ଘର ନିକଟରେ ଥିବା ପୋଖରୀ ପାଖକୁ ଡାକି ବଳାତ୍କାର କରିଥିବା ନାବାଳିକା ଝିଅ ଜଣଙ୍କ ନିଜେ ଏମଭି-୭୯ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ତୁରନ୍ତ ଏମଭି-୧୦୭ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରି ମାଧନଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଳାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା ସୁଚନା ପ୍ରଦାନ କରିଛନ୍ତି ।

Leave A Reply