କାଳିଆରେ ଯୋଡିହେବେ ଅଧିକ ୧୦ ଲକ୍ଷ ଚାଷୀ : ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର : ଚାଷୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅତ୍ୟଧିକ୧୦ଲକ୍ଷ ଚାଷୀ ଉପକୃତ ହେବେ। ଏହି ଯୋଜନାରେ ଯେପରି କୌଣସି ଚାଷୀ ବାଦ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅତ୍ୟଧିକ ୧୦ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ୩୫ ଲକ୍ଷ୍ୟ ବଦଳରେ ୪୫ଲକ୍ଷ ଚାଷୀଙ୍କୁ ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କାଳିଆ ଯୋଜନା ଅନୁଦାନ ରାଶିରେ ପରିବର୍ତ୍ତନକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।

Leave A Reply