ନଭେମ୍ବରରେ ମିଳିବ କାଳିଆ ଦ୍ବିତୀୟ କିସ୍ତି: କୃଷି ସଚିବ

ଭୁବନେଶ୍ବର: ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆ ଦ୍ବିତୀୟ କିସ୍ତି ଟଙ୍କା । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ରାଜ୍ୟ କୃଷି ସଚିବ ସୌରଭ ଗର୍ଗ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ। କାଳିଆଟଙ୍କାରେ ବ୍ୟାପକ ଦୁର୍ନୀତି ନେଇ ବିରୋଧୀ ଅଭିଯୋଗ କରିଥିଲେ। ଏହାପରେ କୃଷି ବିଭାଗ କାଳିଆ ଟଙ୍କା ବଣ୍ଟନ ବନ୍ଦ ରଖିଥିଲା।  କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତଧିକାରୀଙ୍କ ନାଁ ରହିଥିବା ଅଭିଯୋଗ ପରେ ରାଜ୍ୟ ସରକାର ଏବଂ କୃଷି ବିଭାଗ ତତ୍ପରତା ଦେଖାଇଥିଲା। ଏହି ଘଟଣାକୁ ନେଇ କୃଷି ମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ କହିଥିଲେ ଅଯୋଗ୍ୟ ହୋଇଥିଲେ ଟଙ୍କା ଫେରାଇବାକୁ । ଏନେଇ ମଧ୍ୟ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିଲା। କାଳିଆ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରାଯାଇ ପ୍ରକୃତ ହିତାଧୀକାରୀଙ୍କୁ ଟଙ୍କା ଦେବାପାଇଁ କୃଷି ବିଭାଗ ବ୍ୟବସ୍ତା କରୁଥିଲା। ଏହି ଯାଞ୍ଚ ପ୍ରକ୍ରିଆ ଅଗଷ୍ଟ ମାସରେ ଶେଷ ହୋଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦ୍ବିତୀୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କୁ ହିଁ ପ୍ରଦାନ କରାଯିବ।

Comments are closed.