କାଳିଆ ଯୋଜନାରେ ମିଳୁଥିବା ଟଙ୍କାକୁ ବିନିଯୋଗ କରି ଉନ୍ନତି କରନ୍ତୁ ; ମୁଖ୍ୟମନ୍ତ୍ରୀ

0

କନ୍ଧମାଳ: ଶନିବାର ଦିନିକିଆ କନ୍ଧମାଳଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଚାଷୀଙ୍କ ପ୍ରତି ସମର୍ପିତ । ଏହି ଯୋଜନା ମାଧ୍ୟମରେ ମିଳୁଥିବା ଅର୍ଥକୁ ଆପଣମାନେ ଚାଷବାସରେ ବିନିଯୋଗ କରି ଉନ୍ନତି କରନ୍ତୁ । ମୁଁ ସର୍ବଦା ଗରିବ ଚାଷୀ ଓ ଲୋକମାନଙ୍କ ସହ ରହିଛି। ଯେଉଁମାନେ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ନାହାନ୍ତି, ଏପ୍ରିଲ୍‌ ପହିଲା ସୁଦ୍ଧା ସେମାନଙ୍କୁ ଟଙ୍କା ମିଳିଯିବ । ମାର୍ଚ୍ଚ ୨୦ ତାରିଖ  ପର୍ଯ୍ୟନ୍ତ ପ୍ରତି ଗ୍ରାମ ପଞ୍ଚାୟତରେ କାଳିଆ ଯୋଜନାର ତୃତୀୟ ପର୍ଯ୍ୟାୟ ନାମ ତାଲିକା ପ୍ରଦର୍ଶିତ ହେବ ।

Leave A Reply