ଶୁକ୍ରବାର ଭୂମିହୀନ ଚାଷୀଙ୍କୁ ମିଳିବ ’କାଳିଆ’ ସହାୟତା

0

ଭୁବନେଶ୍ୱର : ’କାଳିଆ’ ଯୋଜନାରେ ରାଜ୍ୟର ଭୂମିହୀନ ଚାଷୀଙ୍କୁ ଶୁକ୍ରବାର ସହାୟତା ଟଙ୍କା ବଣ୍ଟନ କରାଯିବ। ପ୍ରାୟ ସାଢ଼େ ଚାରି ଲକ୍ଷ  ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟରେ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଯୋଜନାରେ, ଚିହ୍ନଟ ହୋଇଥିବା ହୋଇଥିବା ଭୂମିହୀନ ଚାଷୀଙ୍କ ଜମା ଖାତାରେ ଟଙ୍କା ଜମା କରାଯିବ।

କେନ୍ଦ୍ରାପଡାରେ ଏକ ବିଶାଳ ଚାଷୀ ସମାବେଶରେ ଭୂମିହୀନ ଚାଷୀଙ୍କୁ ଏହି ସହାୟତା ଟଙ୍କା ବଣ୍ଟନ କରାଯିବ।

ମଙ୍ଗଳବାରଦିନ ସଚିବାଳୟରେ ଅନୁଷ୍ଠିତ କାଳିଆ ଯୋଜନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଆସନ୍ତା ୨୨ ତାରିଖରେ ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜରାପଡିଛି ।

Leave A Reply