କାଳିଆ ପାଇଁ ଆରମ୍ଭ ହେଲା କଲସେଣ୍ଟର

0

ଭୁବନେଶ୍ୱର : କୃଷକଙ୍କ ଆୟବୃଦ୍ଧି ଓ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଆରମ୍ଭ କରାଯାଇଥିବା ‘କାଳିଆ’ ଯୋଜନା ପାଇଁ  ରବିବାର ଠାରୁ କଲସେଣ୍ଟର ଆରମ୍ଭ ହୋଇଛି । ‘କାଳିଆ’ର ସଫଳ ରୂପାୟନ ପାଇଁ ଏହି ସେଣ୍ଟର ୨୪ ଘଣ୍ଟା ଖୋଲା ରହିବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ କଲସେଣ୍ଟର ପାଇଁ ପ୍ରସ୍ତୁତି ହୋଇଥିବା ଭୁବନେଶ୍ୱରର ଓକାକ ବିଲିଡ଼ିଂ ମଧ୍ୟ ପରିଦର୍ଶନ କରିଛନ୍ତି। ସୂଚନା କେନ୍ଦ୍ର ଯାଇ ସେ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଯୋଜନାକୁ ନେଇ ଚାଷୀମାନଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦକୁ ସମାଧାନର ବାଟ ଖୋଜିବା ପାଇଁ  କଲସେଣ୍ଟର ଖୋଲାଯାଇଛି। ଏହା କୃଷକମାନଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ । ଏହି କଲସେଣ୍ଟରକୁ ଫୋନ କରି ଚାଷୀମାନେ ସିଧାସଳଖ ନିଜ ସମସ୍ୟା ବିଷୟରେ କଥା ହୋଇପାରିବେ। ଜାନୁଆରୀ ୫ରୁ ଏହି ‘କାଳିଆ’ କଲ ସେଣ୍ଟର ଖୋଲାଯାଇଥିଲା।

Leave A Reply