ଆସନ୍ତା ୨୬ ସୁଦ୍ଧା ‘କାଳିଆ’ ଟଙ୍କା ପାଇବେ ଚାଷୀ

0

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୬ ସୁଦ୍ଧା ‘କାଳିଆ’ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଇ ଦିଆଯିବ ବୋଲି ସମବାୟ ଏବଂ ଖାଦ୍ୟ  ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ । ବର୍ତ୍ତମାନ ଯେଉଁ ଚାଷୀମାନେ ଆବେଦନ କରୁଛନ୍ତି ସେମାନଙ୍କ ଯାଞ୍ଚ ଚାଲିଛି ।  କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ଜରିଆରେ ନୂତନ ଆବେଦନକାରୀଙ୍କ ଯାଞ୍ଚ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Leave A Reply