ମାନସ ମେମୋରିଆଲ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; କାଇପଦର ଚମ୍ପିଆନ

0

କଳାପଥର : ବାଙ୍କୀ ଉପଖଣ୍ଡର କଳାପଥର -ଧଳାପଥର ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ୨୪ ତମ ମାନସ ମେମୋରିଆଲ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟଶନିବାର ସଂଧ୍ୟାରେ ଉଦ୍‍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଜୀବନ ଜ୍ୟୋତି କ୍ରିର୍କେଟ କ୍ଳବ୍‍ କଳାପଥର ବନାମ ସତ୍ୟପିର୍‍ ସ୍ପୋଟିଂ କ୍ରିକେଟ କ୍ଳବ କାଇପଦର ପରଷ୍ପରକୁ ଭେଟିଥିଲେ। ପ୍ରଥମେ ଟସ୍‍ ଜିତି କାଇପଦର ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ୨୧ ଓଭରରେ ୬ ଓିକେଟ ହରାଇ ୨୦୯ ରନ୍‍ ସ୍କୋର କରିଥିଲା। କଳାପଥର ଦଳର ସନ୍ଦିପ ନାୟକ ୪୫ ରନ ବିନିମୟରେ ୩ଟି ସଫଳତା ପାଇଥିଲେ। ପଛରେ ବ୍ୟାଟିଂ କରି କଳାପଥର ଦଳ ୨୦.୫ ଓଭରରେ ସମସ୍ତ ଓିକେଟ ହରାଇ ୨୦୧ ରନ୍‍ କରି ମ୍ୟାଚରେ କାଇପଦର ଦଳ ଠାରୁ ୮ ରନ୍‍ ରେ ପରାସ୍ତ ହୋଇଥିଲା।
ଶନିବାର ଖେଳର ମ୍ୟାନ ଅଫଦି ମ୍ୟାଚ ଭାବରେ କାଇପଦର ଦଳର କଲଦ୍ୱିପ ପାଇକରାୟ ଏବଂ କଳାପଥର ଦଳର ଏସ ଆର ରାଏ ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଟୁର୍ଣ୍ଣାମେଣ୍ଟ ପୁରସ୍କୃତ କରାଯାଇଥଲା।।

Leave A Reply