ଆଲିୟାଙ୍କ ଜନ୍ମଦିନ ଅବସରରେ ରିଲିଜ୍‍ ହେଲା ‘କଳଙ୍କ’ର ଆଉ ଏକ ପୋଷ୍ଟର

0

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ୨୬ତମ ଜନ୍ମଦିନ ଅବସରରେ ଶୁକ୍ରବାର ରିଲିଜ ହୋଇଛି ‘କଳଙ୍କ’ର ଆଉ ଏକ ପୋଷ୍ଟର। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଆଲିୟାଙ୍କୁ ଜନ୍ମଦିନର ଉପହାର ସ୍ୱରୂପ ଏହି ପୋଷ୍ଟର ରିଲିଜ୍‍ କରିଥିବା କହିଛନ୍ତି। ଏହି ପୋଷ୍ଟରରେ କେବଳ ଆଲିୟାଙ୍କୁ ହିଁ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଆଲିୟାଙ୍କୁ ‘ରୂପ’ ଭୂମିକାରେ ଦେଖିବାକୁ ମିଳିବ। ଅଭିନେତ୍ରୀଙ୍କ ପୋଷ୍ଟର ଶେୟାର କରି କରଣ ଲେଖିଛନ୍ତି, “ସାହସକୁ ଏଭଳି ସୁନ୍ଦର ରୂପେ କେବେ ଦେଖି ନାହିଁ। କଳଙ୍କର ‘ରୂପ’ ସହ ପରିଚିତ ହୁଅନ୍ତୁ”।

ତେବେ ପୂର୍ବରୁ ଚଳଚ୍ଚିତ୍ରରେ ବରୁଣ ଧାୱନ ଓ ଆଦିତ୍ୟ ରୟ କପୁରଙ୍କ ନୂଆ ରୂପର ପୋଷ୍ଟର ମଧ୍ୟ ରିଲିଜ୍‍ କରାଯାଇଥିଲା। ଚଳଚ୍ଚିତ୍ରର ଟିଜରକୁ ଦର୍ଶକ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ୍‍ ଓ ସୋନାକ୍ଷୀ ସିହ୍ନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘କଳଙ୍କ’ ୧୭ ଏପ୍ରିଲରେ ପରଦାକୁ ଆସିବ।

Leave A Reply