ଅଜଗର ଫାସରୁ ଅଳ୍ପକେ ବଞ୍ଚିଲା ଶିଶୁ

0

କଲମପୁର : ଜନୈକ ୧୩ ବର୍ଷିୟ ନାଁ ବାଳକ ଶିଶୁ ନିଜ ଜମିରେ ଧାନ ସଂଗ୍ରହ କରୁଥିବା ବେଳେ ହଠାତ୍‍ ଏକ ଅଜଗର ସାପ ଶିଶୁଟିର ଅଣ୍ଟା ପର୍ଯ୍ୟନ୍ତ ଗୁ‌ଡେଇ ହୋଇ ଯାଇଥିଲା। ସୂଚନା ଅନୁସାରେ କଲମପୁର ଠାରୁ ୨ କିଲୋମିଟର ଦୂରରେ ଥିବା କର୍ମେଲି ହାତୀନଦୀ ପୋଲକୁ ଲାଗି ରହିଥିବା କର୍ମେଲ ଡଙ୍ଗରୀଗୁଡାର କେଦାର ନାଏକଙ୍କ ୧୩ ବର୍ଷିୟ ପୁଅ ଦିତିକୃଷ୍ଣ ନିଜ ଜମିରୁ ଧାନ ଅମଳ କରି ସାରିବା ପରେ କିଛି ରହି ଯାଇଥିବା ଧାନ ସଂଗ୍ରହ କରୁଥିଲା। ଅନ୍ୟମନସ୍କ ଭାବେ ଧାନ ସଂଗ୍ର କରୁଥିବା ବେଳେ ହଠାତ୍‍ ୧୦ ଫୁଟ ଲମ୍ବ ବିଶିଷ୍ଟ ଏକ ଅଜଗର ସାପ ଶିଶୁଟିର ଗୋଡରେ ଗୁଡାଇ ହୋଇ ଅଣ୍ଟା ପର୍ଯ୍ୟନ୍ତ ଚଢି ଯାଇଥିଲା। ସୌଭାଗ୍ୟ ବସତଃ ଶିଶୁଟି ସାପ ତା ଅଣ୍ଟା ପର୍ଯ୍ୟନ୍ତ ଗୁଡେଇ ହେଇଥିବା ଦେଖି ବିଚଳିତ ହୋଇ ପାଟି କରିଥିଲା। ଶିଶୁଟିର ପାଟି ଶୁଣି ନିକଟରେ ଧାନ ଅମଳରେ ନିୟୋଜିତ ଥିବା ଶିଶୁର ସମ୍ପର୍କୀୟ ମାନେ ଦୌଡି ଆସି ଘଟଣାକୁ ଦେଖିଥିଲେ। ଶିଶୁର ପିତାଙ୍କର ଉପସ୍ଥିତ ବୁଦ୍ଧି କାରଣରୁ ଧାନ କାଟିବା ପାଇଁ ଧରି ଥିବା ଦାଆରେ ସାପଟିର ମୁଣ୍ଡକୁ କାଟି ଦେବାରୁ ଶିଶୁଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇ ପାରିଥିଲା।

Leave A Reply