ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

କମଲପୁର : କଳାହାଣ୍ଡି ଜିଲାର ଜୟପାଟଣାରେ ଏକ ସଡକ ଦୁର୍ଘଟଣା ଘଟିଛି। ଜୟପାଟଣାର ମୁଖ୍ୟ ରାସ୍ତାର ଏକ ଢାବା ନିକଟରେ ଏକ ପିକଅପ୍ ଭ୍ୟାନ ବାଇକକୁ ଧକ୍କା ଦେଇଛି। ଏହା ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବାଇକ ଚାଳକ ହେଉଛନ୍ତି ଜୟପାଟଣାର ନିଳାଞ୍ଚଳ ନାୟକ। ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇ ଥିବା ପିକଅପ୍ ଭ୍ୟାନକୁ ଅଟକ ରଖିଛନ୍ତି। ଏହାସହ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି।

 

Comments are closed.