ଶିକ୍ଷକ ନିୟୋଜନକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କଲମପୁର : ଜନୈକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିି କରି ତତ୍କାଳିନ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଏକ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ପାଡେପଦର ଉନ୍ନିତ ବିଦ୍ୟାଳୟକୁ ଅନେକ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶିଦେବ ନାଏକ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ଶିକ୍ଷା ଅଧିକାରୀ ବିଦ୍ୟାଳୟର କିଛି କାଗଜ ପତ୍ର ଦେଖିବା ପାଇଁ ପହିଞ୍ଚିଥିଲେ ମଧ୍ୟ ବିଦ୍ୟାଳୟର ଅନ୍ୟ କେହି ଶିକ୍ଷକ କାଗଜ ପତ୍ର ଦେଖାଇ ପାରିନଥିଲେ। ଏହାକୁ କେନ୍ଦ୍ର କରି ଜିଲା ଶିକ୍ଷା ଅଧିକାରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ବର୍ତ୍ତମାନ ଜିଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂ ଶିକ୍ଷକ ଶଶିଦେବ ନାଏକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ମହୁଲପାଟଣା ଉନ୍ନିତ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ଦାଇତ୍ବ ସମ୍ପାଦନ କରିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ନଂ ୪୬୦୭ ତା ୧.୬.୨୦୧୯ରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ମୁତାବକ ଶିକ୍ଷକ ଶ୍ରୀ ନାଏକ ଶୁକ୍ରବାର ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲାଯିବାରୁ ବିଦ୍ୟାଳୟରେ ନିଜ ଦାଇତ୍ୱ ସମ୍ପାଦନ ପାଇଁ ବିଦ୍ୟାଳୟରେ ପହଞ୍ଚିି ଥିଲେ। କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୋମବାର ମୁଦୁଲିଙ୍କ ନେତୃତ୍ତ୍ୱରେ ଶତାଧିକ ମହିଳା ଓ ଅନ୍ୟ ଗ୍ରାମବାସୀ, ଛାତ୍ରକର୍ତ୍ତା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନେ ଶିକ୍ଷକ ଶ୍ରୀ ନାଏକଙ୍କ ବିଦ୍ୟାଳୟରେ ଯୋଗଦାନକୁ ବିରୋଧ କରିଥିଲେ।

ସହକାରୀ ଶିକ୍ଷକ ଶ୍ରୀ ନାଏକ ବିଦ୍ୟାଳୟରେ ଯୋଗ ଦେଲେ ସେମାନେ ନିଜ ସନ୍ତାନକୁ ବିଦ୍ୟାଳୟ ଛାଡିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ନିୟୋଜିତ ଥିବା ନିକଟସ୍ଥ ବିଦ୍ୟାଳୟରେ ଶିକ୍ଷକ ଶ୍ରୀ ନାଏକ ଛାତ୍ର ଛାତ୍ରୀଙ୍କ ପାଠ ପଢା ପ୍ରତି ଗୁରୁତ୍ୱ ନଦେଇ ଅନ୍ୟ କାର୍ଯ୍ୟରେ ନିୟୋଜିତ ହେବା ସହ ବିଦ୍ୟାଳୟରେ ଅନେକ ଅନିୟମିତତା କରୁଥିଲେ। ତେଣୁ ସେଭଳି ଜଣେ ଶିକ୍ଷକଙ୍କୁ ଆମ୍ଭେ ଗ୍ରାମବାସୀ ବିରୋଧ କରୁଛୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ସୂଚନା ଦେଇଥିଲେ। ଏହାସହ ବହୁ ଗ୍ରାମବାସୀ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ସିଂଙ୍କ ନିକଟରେ ମଧ୍ୟ ଫେରାଦ ହେଇଛନ୍ତି। ଶୁକ୍ରବାର ଗ୍ରାମବାସୀଙ୍କ ଏହି ଆନ୍ଦୋଳନ କାରଣରୁ ଅଚଳ ହେଇଥିଲା। ଏନେଇ ଶିକ୍ଷକ ଶଶିଦେବ ନାଏକଙ୍କ ସହ ଯୋଗାଯୋଗ କରାଯାଇଥିଲା, ମୁଁ କିଛି ଲୋକଙ୍କ ଚକ୍ରାନ୍ତର ଶିକାର ହୋଇ ନିଲମ୍ବିତ ହୋଇଥିଲି। ବର୍ତ୍ତମାନ ଜିଲା ଶିକ୍ଷା ଅଧିକାରୀ ମୋର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ମହୁଲପାଟଣା ଉନ୍ନିତ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ଦାଇତ୍ୱ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ବଳରେ ପ୍ରଥମେ ଜିଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଯୋଗ ଦେବା ପରେ ୩.୬ ଦିନ ବିଦ୍ୟାଳୟରେ ଯୋଗ ଦେଇଥିଲି। କିନ୍ତୁ ଶୁକ୍ରବାର ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲାଯିବାରୁ ମୁଁ ବିଦ୍ୟାଳୟରେ ପହଞ୍ଚିବା ପରେ ଗ୍ରାମବାସୀ ବିରୋଧ କରିଛନ୍ତି। ମୋତେ ଯେଉଁ ବିଦ୍ୟାଳୟରେ ନିୟୋଜିତ କରାଗଲେ ମୁଁ ମୋ ଦାଇତ୍ୱ ସମ୍ପାଦନ କରିବି ବୋଲି ମତବ୍ୟକ୍ତ କରିଥିଲେ। ଏନେଇ ଜିଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କ ସହ ଯୋଗାଯୋଗ କରାଯାଇଥିଲା ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ ବୋଲି ସେ କହିବା ସହ ଥୁଆମୁଳ ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରସ୍ତାବ ଆଶିବା ପରେ ସେହି ବିଦ୍ୟାଳୟରେ କାର୍ଯ୍ୟରତ ଅଥବା ଅନ୍ୟ କୌଣସି ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଦାଇତ୍ୱ ପ୍ରଦାନ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ।

Comments are closed.