କଳାହାଣ୍ଡି ଜିଲ୍ଲା ଲୋକ ମହୋତ୍ସବ -୨୦୧୮ ଉଦଘାଟନ

0

ଭବାନୀପାଟଣା : ଶନିବାରଠାରୁ ଭବାନୀପାଟଣାର ଲାଲବାହାଦୂରଶାସ୍ତ୍ରୀ ଷ୍ଟାଡିୟମର ରେଣ୍ଡୋମାଝୀ ମଞ୍ଚରେ ଆରମ୍ଭ ହୋଇଛି କଳାହାଣ୍ଡି ଜିଲ୍ଲା ଲୋକ ମହୋତ୍ସବ -୨୦୧୮ । ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମଧ୍ୟରେ ଓଡିଶା ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ, ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ବିଧାୟକ ଅନାମ ନାଏକ, ଜିଲ୍ଲାପାଳ ଅଞନ କୁମାର ମାଣିକ ଯୋଗ ଦେଇଥିଲେ । ଆଜିର ଏହି ଉଦଘାଟନୀ ଦିବସରେ ବିଭିନ୍ନ ବ୍ଲକରୁ ଆସିଥିବା ସାଂସ୍କୃତିକ ଦଳ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ଏହି ଲୋକ ମହୋତ୍ସବ ଆସନ୍ତା କାଲି ୧୮ ତାରିଖ ଦିନ ଉଦଯାପନ ହେବ ।

Leave A Reply